fbpx

ବିଶ୍ୱରେ ଆରମ୍ଭ ହେଲାଣି ତୃତୀୟ ଲହର, ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ର ପ୍ରକେପ ; ଏବେଠୁ ସତର୍କ ନହେଲେ ସଂକ୍ରମଣ ବ୍ୟାପିବା ସହ ରଚିବ ମୃତ୍ୟୁର ତାଣ୍ଡବ

ଜେନେଭା, (ଓଡ଼ିଶା ଭାସ୍କର): ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କହି ଗୁରୁବାର ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆନ୍ଧାନୋମ୍‌ ଘେବ୍ରେୟେସୁସ୍‌ । ତୃତୀୟ ଲହରର ପ୍ରାରମ୍ଭିକ ସ୍ଥିତିରେ ବିଶ୍ୱ ବୋଲି କହିବା ସହ ସେ କରୋନାର ତୃତୀୟ ଲହର ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ ସଂକ୍ରମଣ ବେଳେ ଡେଲ୍‌ଟା ଭାରିଏଣ୍ଟ୍‌ ଅଧିକ ବିଦ ସୃଷ୍ଟି କରୁଛି ବୋଲି ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲ୍‌ଟା ଭାରିଏଣ୍ଟ୍‌ ଲୋକଙ୍କୁ ସଂକ୍ରମିତ କଲାଣି । ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଏଣ୍ଟ୍‌ ଭଳି ସାରା ବିଶ୍ୱରେ ବ୍ୟାପିବା ସହ ତାଣ୍ଡବ ରଚିବ । ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ୍‌ ରହିଥିବା ବେଳେ ଲୋକେ କରୋନା କଟକଣା ମାନୁନଥିବା ଦେଖାଯାଇଛି । ଏହା ଡେଲ୍‌ଟା ଭାରିଏଣ୍ଟର ସଂକ୍ରମଣ ବୃଦ୍ଧି ହେବାର କାରଣ ହେବା ସହ ଅଧିକ ଲୋକେ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବିଭିନ୍ନ ଦେଶ କରୋନା ବିରୋଧି ଟିକାକରଣ ଉପରେ ଫୋକସ୍‌ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଟିକାକରଣ ଦ୍ୱାରା କରୋନାକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି । ସେହିପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ମାନିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପାଇଁ ସେ ଅପିଲ୍‌ କରିଛନ୍ତି ।

Get real time updates directly on you device, subscribe now.