fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଫଟୋ ଭାଇରାଲ, ସାରା ଦେଶ କରୁଛି ପ୍ରଶଂସା

ନୂଆଦିଲ୍ଲୀ : ଚଳିତ ବର୍ଷ ଜି ୨୦ର ଆୟୋଜନ ଭାରତ କରୁଛି । ଯାହା ଫଳରେ ସବୁ ଦେଶର ନେତାମାନେ ଭାରତ ଆସିଛନ୍ତି । ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ଭାରତ ଆସିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ପ୍ରଥମ ଥର ଭାରତ ଆସିଛନ୍ତି । ସେ ଭାରତ ଆସିବା ପରେ ବହୁତ ଖୁସି ଅଛନ୍ତି ବୋଲି ଜଣା ପଡୁଛନ୍ତି । ଏହାରି ମଧ୍ୟରେ ତାଙ୍କ ପତ୍ନୀ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଅନେକ ଭାରତୀୟ ଲୋକ ପସନ୍ଦ କରିଛନ୍ତି ।

ଏହି ଫଟୋ ହେଉଛି ସେପ୍ଟେମ୍ବର ୮ ର ଏହି ଫଟୋରେ ଦେଖିବାକୁ ମିଳିଛି ଅକ୍ଷତା ମୁର୍ତ୍ତି ତାଙ୍କ ସ୍ୱାମୀଙ୍କର ଟାଏ ଠିକ କରୁଛନ୍ତି । ଏବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଫଟୋର ଅନେକ ପ୍ରଶଂସା କରୁଛନ୍ତି ।

ଏହି ୩ ଦିବସୀୟ ଯାତ୍ରାରେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଦିଲ୍ଲୀ ପହଞ୍ଚିବା ପରେ ମନ୍ତ୍ରୀ ଅଶ୍ୱନୀ ଚେବେ ପାଲମ ଏୟାପୋର୍ଟରେ ଋଷି ସୁନକଙ୍କୁ ଜୟଶ୍ରୀରାମ କହି ସ୍ୱାଗତ କରିଥିଲେ । ଋଷି ସୁନକ ସବୁବେଳେ ହିନ୍ଦୁ ଧର୍ମ ସପକ୍ଷରେ ଥାନ୍ତି । ସେ ଅନେକ ଥର କହିଛନ୍ତି ସେ ହିନ୍ଦୁ ହୋଇଥିବାରୁ ସେ ଗର୍ବିତ । ଏବେ ଦେଖିବାକୁ ବାକି ରହିଲା ଭାରତ ଗସ୍ତ ମଧ୍ୟରେ ସେ କେଉଁ ମନ୍ଦିର ବୁଲିବାକୁ ଯାଉଛନ୍ତି ।

Get real time updates directly on you device, subscribe now.