fbpx

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ମୂଳ ଋଷି ସୁନକ, ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ପ୍ରାର୍ଥୀ ଘୋଷଣା କଲେ

Advertisement

ନୁଆଦିଲ୍ଲୀ: ଭାରତୀୟ ମୂଳ ଋଷି ସୁନକ ବ୍ରିଟେନ୍‌ର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ମୂଳ ଋଷି ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ୱ ଟ୍ୱିଟ୍ କରି ଘୋଷଣା କରିଛନ୍ତି।

ଋଷି ସୁନକ ବୋରିସ ଜନସନଙ୍କ ସରକାରରେ ଅର୍ଥମମନ୍ତ୍ରୀ ଥିଲେ। ନିଜର ପ୍ରାର୍ଥତ୍ୱ ଘୋଷଣା କରିବା ସହିତ ଦେଶର ଅର୍ଥନୀତି ଆଗକୁ ବଢାଇବାକୁ ଏବଂ ଦେଶକୁ ଏକାଠି ରଖିବାକୁ ସେ ଆହ୍ୱାନ୍ କରିଛନ୍ତି। ଋଷି ପ୍ରଥମ ଭାରତୀୟ ଭାବରେ ବ୍ରିଟେନର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ। ନିକଟରେ ସେ ବୋରିସ ଜନସନଙ୍କ ସରକାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଋଷିଙ୍କ ସହିତ ଆଉ ୫ଜଣ ମଧ୍ୟ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ଗୁରୁବାର ଦିନ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘୋଷଣା ପରଠାରୁ ଏହି ପଦବୀ ପାଇଁ ଭାରତୀୟ ମୂଳ ସୁଏଲା ବ୍ରାଭରମ୍ୟାନ୍, କନଜରଭେଟିଭ ପାର୍ଟି ସାଂସଦ ଷ୍ଟିଭ ବେକର, ମନ୍ତ୍ରୀ ଗ୍ରାଣ୍ଟ ସାପ୍ସ, ଟମ ଏବଂ ବର୍ତ୍ତମାନ ଋଷି ସୁନାକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଋଷି ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା। ସେ ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି।

Get real time updates directly on you device, subscribe now.