ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ, ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ । ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଦେଖାଦେଇଛି ।

ଭୁବନେଶ୍ବର: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି। ଶୀତଳ ଷଷ୍ଠୀ ଭଳି ଦିନରେ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ ରହିଥିବା ସୂଚନା। ମନ୍ଦିର ଦ୍ବାର ଖୋଲି ଦର୍ଶନ କରାଇଲେ ସେବାୟତ । ଏନେଇ ସେବାୟତ ନିଯୋଗ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତି ପରେ ଦ୍ବାର ଖୋଲିବା କଥା ।

ଏବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ମହାପ୍ରଭୁ ମହାସ୍ନାନ ପରେ ପୁଣିଥରେ ନୀତିକାନ୍ତି ହେବେ ।

ସେପଟେ ମନ୍ଦିରରେ ନୀତି ବନ୍ଦ ହେତୁ କେଦାରଗୌରୀ ମନ୍ଦିରରେ ଥିବା ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି। କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ହୋଇପାରିନାହିଁ ।

ତେବେ ବଡ଼ୁ ନିଯୋଗରେ ସେବାୟତଙ୍କ ବିରୋଧରେ ଏନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବି କଲେ ପୂଜାପଣ୍ଡା ନିଯୋଗ ସମ୍ପାଦକ ।