fbpx

ଦେଶରେ ପ୍ରଥମ: ସମ ହସ୍ପିଟାଲରେ ରୋବୋଟିକ୍ ସର୍ଜରୀ ସିଷ୍ଟମ, ଯନ୍ତ୍ରଣା କମିବା ସହ ରୋଗୀ ଶୀଘ୍ର ଡିସଚାର୍ଜ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ପ୍ରଥମ ମେଡିକାଲ କଲେଜ ଭାବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ରୋବୋଟିକ୍ ସିଷ୍ଟମ ଦ୍ୱାରା ଆଣ୍ଠୁ ପ୍ରତିରୋପଣ ବା ଅପରେସନ କରାଯିବ । ଏନେଇ ନିକଟରେ ହୋଟେଲ ମେ’ ଫେୟାରଠାରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଆକ୍ଟିଭ କ୍ୟୁଭିସ୍ ରୋବୋଟିକ୍ ସିଷ୍ଟମ ଲୋକାର୍ପିତ ହୋଇଯାଇଛି ।

ସାଧାରଣ ଭାବେ ଅପରେସନ କରିବା ସମୟରେ ମନୁଷ୍ୟକୃତ ଭୁଲ ନେଇ ଆଶଙ୍କା ରହିଥାଏ । ମାତ୍ର ରୋବୋଟିକ୍ ସର୍ଜରୀରେ ଏହି ସମସ୍ୟା ଦୂର ହେବା ସହ ଅପରେସନ କମ୍ ସମୟ ମଧ୍ୟରେ ସରିଯିବ । ରୋଗୀ ଶୀଘ୍ର ସୁସ୍ଥ ହୋଇ ଚାଲିବାକୁ ସକ୍ଷମ ହେବା ସହ କମ୍ ଯନ୍ତ୍ରଣା ଅନୁଭବ ହେବ । ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଦେଶରେ ପ୍ରଥମ କରି ସମ୍ ମେଡିକାଲ କଲେଜରେ କରାଯାଇଛି । ବହୁ ପରୀକ୍ଷାନିରୀକ୍ଷା ପରେ ଏହି ସର୍ଜରୀ ସିଷ୍ଟମକୁ ଲୋକାର୍ପିତ କରାଯାଇଛି ।

ନାଭିଗେସନ ସିଷ୍ଟମ ସହିତ ସ୍ୱୟଂଚାଳିତ ଭାବେ ଏହି ସିଷ୍ଟମ ଆଣ୍ଠୁ ଅପରେସନ କରିବ । କମ୍ପ୍ୟୁଟରରେ ଦିଆଯାଇଥିବା ପ୍ରୋଗ୍ରାମ ଅନୁଯାୟୀ ରୋବୋଟ୍ କାର୍ଯ୍ୟ କରିବ । ଏ ପର୍ଯ୍ୟନ୍ତ ସମ ହସ୍ପିଟାଲରେ ୪୨ ଜଣଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଛି । କମ୍ ସମୟ ମଧ୍ୟରେ ସଠିକ୍ ଭାବେ ଅପରେସନ ହୋଇ ପାରିବ । ଏହି ସିଷ୍ଟମ ଫଳରେ ଓଟି ଟାଇମ୍ କମିବା ସହ ବେଡରେ ହସ୍ପିଟାଲାଇଜର ସମୟ ହ୍ରାସ ପାଉଛି । ଦକ୍ଷିଣ କୋରିଆରୁ ଏହାକୁ ଆମଦାନୀ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅପରେସନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ରୋବୋଟ ପ୍ରକୃତ ରୋଗକୁ ଚିହ୍ନି ସଫଳ ଚିକିତ୍ସା କରିବ ।

Get real time updates directly on you device, subscribe now.