ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ରୋହିତ: ରଖିଲେ ଆଶ୍ଚର୍ଯ୍ୟଜନକ ଉତ୍ତର
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ପଞ୍ଚମ ଟେଷ୍ଟରେ ବାଦ୍ ପଡ଼ିବାକୁ ନେଇ ନୀରବତା ଭାଙ୍ଗିଲେ ରୋହିତ। ଦେଲେ ଚକିତ କଲା ଭଳି ଉତ୍ତର।
ନୂଆଦିଲ୍ଲୀ: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ବାଦ୍ ପଡ଼ିବା କଥାରେ ମୁହଁ ଖୋଲିଛନ୍ତି ରୋହିତ ଶର୍ମା। ଖରାପ ଫର୍ମ ପାଇଁ ରୋହିତଙ୍କୁ ପଞ୍ଚମ ଟେଷ୍ଟରୁ ବାଦ୍ ଦିଆଯାଇଥିଲା।
ଯାହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ଏବେ ରୋହିତ ଅବସର ନେଇପାରନ୍ତି ଏବଂ ଏହି ସିରିଜ୍ ପରେ ସେ ଟେଷ୍ଟରୁ ବିଦାୟ ନେବେ। ଏବେ ରୋହିତ ଅବସରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।
ବର୍ତ୍ତମାନ ଅବସର ନେବେ ନାହିଁ: ସିଡିନି ଟେଷ୍ଟ ମଝିରେ ରୋହିତ ନିଜ ତରଫରୁ ସ୍ପଷ୍ଟ କରିଛନ୍ତି ଯେ ଅବସର ନେବାର ତାଙ୍କର କୌଣସି ଯୋଜନା ନାହିଁ। ସେ ବର୍ତ୍ତମାନ ଅବସର ନେବା ବିଷୟରେ ଚିନ୍ତା କରୁନାହାନ୍ତି।
ଅର୍ଥାତ୍ ହିଟ୍ମ୍ୟାନ୍ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାବ୍ୟତୀତ ରୋହିତ ମଧ୍ୟ ନିଜ ଫେରିବା ନେଇ ଆଶା ବ୍ୟକ୍ତ କରିଛନ୍ତି। ସେ ଫର୍ମକୁ ଫେରିବେ ବୋଲି କହିଛନ୍ତି।
ସିଡନୀ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ପରେ ରୋହିତ କହିଛନ୍ତି, କେବେ ଅବସର ନେବି ଏବଂ ମୁଁ କ’ଣ ନିଷ୍ପତ୍ତି ନେବି ତାହା ଲାପଟପ୍, ପେନ୍ ଓ କାଗଜପତ୍ର ଧରି ବାହାରେ ବସିଥିବା ଲୋକମାନେ ସ୍ଥିର କରିବେ ନାହିଁ।
ଟେଷ୍ଟ ଖେଳିବେ ନା ନାହିଁ: ବାଦ୍ ପଡ଼ିବା ପରେ ସମସ୍ତ ରିପୋର୍ଟ ସାମ୍ନାକୁ ଆସିଥିଲା ଯେ ରୋହିତଙ୍କୁ ଚୟନକର୍ତ୍ତାମାନେ କହିଛନ୍ତି ଯେ ସେ ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ।
ତେବେ ରୋହିତ ସମ୍ପୂର୍ଣ୍ଣ ବିପରୀତ ବୟାନ ଦେଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ପରେ କ’ଣ ହେବ ତାହା ଦେଖିବା ରୋଚକ ହେବ।