fbpx

ରୋହିତ-ବିରାଟଙ୍କ ଜର୍ସି ହେବ Retire! କ୍ରିକେଟ ବୋର୍ଡକୁ ଅନୁରୋଧ କଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଫାଇନାଲରେ ବିଜୟୀ ହୋଇ ଦ୍ୱିତୀୟ ଥର ଏହି ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ତେବେ ବିଶ୍ୱବିଜେତା ହେବାର ପର ମୁହୂର୍ତ୍ତରେ ଟି-୨୦ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ବର୍ତ୍ତମାନ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଖେଳୁଥିବାର ନଜର ଆସିବେ । ତେବେ ଉଭୟ ଷ୍ଟାର କ୍ରିକେଟରଙ୍କ ଅବସର ପରେ ଭାରତୀୟ କ୍ରିକେଟ ବୋର୍ଡକୁ ଏକ ଅନୁରୋଧ କରିଛନ୍ତି ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା । ରୋହିତ-ବିରାଟଙ୍କ ଜର୍ସିକୁ ରିଟାୟାର କରିବା ପାଇଁ ବିସିସିଆଇକୁ ରାଇନା ଅନୁରୋଧ କରିଛନ୍ତି ।

ଟିମ ଇଣ୍ଡିଆ ପାଇଁ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ତେଣୁ ବର୍ତ୍ତମାନ ଟି-୨୦ କ୍ରିକେଟରୁ ଉଭୟ ଖେଳାଳି ବିଦାୟ ନେବା ପରେ ସେମାନଙ୍କ ଜର୍ସି ନମ୍ବର ୪୫(ରୋହିତ ଶର୍ମା) ଏବଂ ୧୮(ବିରାଟ କୋହଲି)କୁ ମଧ୍ୟ ରିଟାୟାର ଘୋଷଣା କରାଯିବା ଉଚିତ୍ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ଟି-୨୦ ବିଶ୍ୱକପ-୨୦୨୪ରେ ରୋହିତ ଶର୍ମା ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଫାଇନାଲ ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

ଟି-୨୦ ବିଶ୍ୱକପ ପରେ ରୋହିତ ଏବଂ ବିରାଟଙ୍କ ସହ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ବିଶ୍ୱକପ୍ ଫାଇନାଲ ମ୍ୟାଚର ପରଦିନ ଅର୍ଥାତ୍ ଜୁନ୍ ୩୦ ତାରିଖରୁ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା । ଭାରତୀୟ କ୍ରିକେଟରେ ଏହି ୩ ମହାନ୍ ହସ୍ତୀଙ୍କ ବିଦାୟ ପରେ ଦଳରେ ସେମାନଙ୍କ ସ୍ଥାନ ଖାଲି ପଡ଼ିଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହି ୩ ଜଣଙ୍କ ସ୍ଥାନ କିଏ ପୂରଣ କରିବ ।

Get real time updates directly on you device, subscribe now.