fbpx

Big Breaking; ରୋହିତଙ୍କ ବିସ୍ଫୋରକ ଶତକ: ବିଶ୍ୱକପ୍ ପୂର୍ବରୁ ସବୁ ଦଳକୁ ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୧୪ ମାସ ପରେ କମବ୍ୟାକ କରି ଏହି ଶତକ ଅର୍ଜନ କରିଛନ୍ତି ରୋହିତ । ଏହି ଶତକ ସହ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ ନିଜ ଟି-୨୦ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି ରୋହିତ ।

ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ । ତେବେ ପ୍ରଥମରୁ ୱିକେଟ ହରାଇ ଟିମ ଇଣ୍ଡିଆ ସଂଘର୍ଷ କରୁଥିବା ବେଳେ ଅଧିନାୟକ ରୋହିତ ଏବଂ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ଦଳକୁ ମଜବୁତ ପାର୍ଟନରସିପ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୯୦ ରନର ଭାଗିଦାରୀ ଭାରତକୁ ୨୧୨ ରନରେ ପହଞ୍ଚାଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ନିଜର ପୁରୁଣା ରୂପ ଦେଖାଇଛନ୍ତି । ୧୪ ମାସ ଟି-୨୦ କ୍ରିକେଟରୁ ଦୂରେଇ ରହିବା ପରେ ପ୍ରଥମ ଦୁଇଟି ମ୍ୟାଚରେ ସେ ଫ୍ଲପ୍ ହୋଇଥିଲେ । କିନ୍ତୁ ଟି-୨୦ ବିଶ୍ୱକପ ପୂର୍ବରୁ ଶେଷ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରି ବିପକ୍ଷ ଦଳମାନଙ୍କୁ ସେ ଚେତାବନୀ ଜାରି କରିଛନ୍ତି । ମାତ୍ର ୬୯ ବଲରୁ ୧୧ଟି ଚୌକା ଏବଂ ୮ଟି ଛକା ସହ ୧୨୧ ରନର ଏକ ବିଶାଳକାୟ ଇନିଂସ ଖେଳିଛନ୍ତି ଅଧିନାୟକ ରୋହିତ ।

ରୋହିତ ଟି-୨୦ କ୍ରିକେଟ ଇତିହାସରେ ଅଧିନାୟକ ଭାବରେ ସର୍ବାଧିକ ରନ୍ ସ୍କୋରର୍ ସହିତ ଭାରତୀୟ ହୋଇପାରିଛନ୍ତି। ଏହି କାରନାମା କରିବାରେ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଶର୍ମା ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

Get real time updates directly on you device, subscribe now.