fbpx

ଦାମ୍ପତ୍ତ୍ୟ ଜୀବନକୁ କରନ୍ତୁ ରୋମାଣ୍ଟିକ

ଯେଉଁଠି ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ନିଜ ପାଇଁ କିଛି ସମୟ ବାହାର କରିପାରନ୍ତି, ତାକୁ ଆମେ ସାଧାରଣତଃ ସୁଖୀ ଦାମ୍ପତ୍ତ୍ୟ ଜୀବନ ବୋଲି କହିଥାଉ । ପରସ୍ପରକୁ କିଛି ସମୟ ଦେଇପାରିଲେ ହିଁ ଦୁହେଁ ଦୁହିଁଙ୍କୁ ଗଭୀର ଭାବେ ବୁଝି ପାରନ୍ତି । ଦାମ୍ପତ୍ତ୍ୟ ଜୀବନରେ ଖୁସି ପାଇବାର ଏକମାତ୍ର ଉପାୟ ହେଉଛି ଅନ୍ୟକୁ ଖୁସି ଅନୁଭବ କରାଇବା । ଦାମ୍ପତ୍ତ୍ୟ ଜୀବନରେ ଖୁସି ବଜାୟ ରଖିବା ପାଇଁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ।

– ସମ୍ପର୍କକୁ ମଜବୁତ କରିବା ଓ ବିଶ୍ୱାସ ବୃଦ୍ଧି କରିବା ପାଇଁ ଭାବନାକୁ ପରିପ୍ରକାଶ କରିବା ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ଫିଲିଙ୍ଗସ ପାର୍ଟନରଙ୍କୁ ଜଣାଇ ଆପଣ ସମ୍ପର୍କରେ ଖୁସି ଭରିଦେଇ ପାରିବେ । ଆପଣ ଚାହିଁଲେ ସାଥୀଙ୍କ ପାଇଁ ତକିଆ ପାଖରେ ଗୋଲାପ ଫୁଲ ବା ଆଇ ଲଭ ୟୁ ଲେଖା ଥିବା ପ୍ରେମପତ୍ର ରଖି ପାରିବେ । ଏହା ଦ୍ୱାରା ନିଜର ଦାମ୍ପତ୍ତ୍ୟ ଜୀବନ ଆକର୍ଷଣୀୟ ହୋଇଥାଏ ।

– ପାର୍ଟନରଙ୍କୁ ଏଭଳି ମର୍ମସ୍ପର୍ଶୀ ମଧୁର କଥା କହିବା ଦରକାର, ଯେପରି ତାହା ତାଙ୍କର ହୃଦୟକୁ ଛୁଇଁଯିବ । ଏହାଛଡ଼ା ଆପଣଙ୍କୁ ପାର୍ଟନରଙ୍କୁ ରୋମାଣ୍ଟିକ କରୁଥିବା ଜିନିଷ ପ୍ରତି ନଜର ଦେବାକୁ ପଡ଼ିବ ।

– ବିଛଣାକୁ ଯିବା ସମୟରେ ଆପଣ ଦୁହେଁ ସାଥୀ ହୋଇ ଯାଇପାରିବେ, ଏହା ରିଲେସନସିପରେ ଅଲଗା ପ୍ରକାର ରୋମାଞ୍ଚ ଭରିଦେଇଥାଏ । କିଛି ଲୋକ କାର୍ଯ୍ୟ ବ୍ୟସ୍ତତା ହେତୁ ଦାମ୍ପତ୍ତ୍ୟ ଜୀବନରେ ଖୁସିରେ ରହି ପାରିନଥାନ୍ତି । ଆପଣ ଚାହିଁଲେ ଛୋଟ ଛୋଟ କଥାକୁ ନଜର ଦେଇ ଦାମ୍ପତ୍ତ୍ୟ ଜୀବନକୁ ସୁମଧୁର କରିପାରିବେ ।

Get real time updates directly on you device, subscribe now.