ଆରମ୍ଭ ହେଲା ରେଳବାଇର ବମ୍ଫର ଅଫର୍: ଯିବା ଆସିବା ଟିକଟ କଲେ ୨୦% ଛାଡ଼

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଆଣିଛି ନୂଆ ପ୍ୟାକେଜ୍ ପ୍ଲାନ୍ ।

ଆଜିଠାରୁ ରେଳବାଇ ଆରମ୍ଭ କଲା ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ । ଯେଉଁଥିରେ ଯାତ୍ରୀ ଉଭୟ ଯିବା-ଆସିବା ପାଇଁ ଟିକଟ କଲେ ମିଳିବ ୨୦% ରିହାତି ।

ଟିକଟ ମୂଲ୍ୟରେ ୨୦% ରିହାତି ଯାତ୍ରୀଙ୍କ ପାଇଁ ସାହାଯ୍ୟକାରୀ ସାବ୍ୟସ୍ତ ହେବ । ରେଳ ଯାତ୍ରାକୁ ସୁଗମ ଓ ଅଧିକ ଆଦୃତ କରିବା ପାଇଁ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ଏହି ଅଫର । ବିଭାଗ ପକ୍ଷରୁ ଆଶା ରଖାଯାଇଛି ଯେ, ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଜରିଆରେ ଲୋକ ରେଳ ଯାତ୍ରା କରିବାକୁ ଉତ୍ସାହିତ ହେବେ । ଏଥିସହ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିବ ।
ଅନ୍ୟପକ୍ଷେ ବିଭାଗର ଏହି ଅଫର୍ ଭବିଷ୍ୟତରେ ସଫଳ ହେବ ବୋଲି ରେଳବାଇ ଆଶାବାଦୀ ।