fbpx

ରେଳ ବିଭାଗରେ ବାହାରିଲା ମେଗା ନିଯୁକ୍ତି, 11 ହଜାର ବ୍ୟକ୍ତି ପାଇବେ ଚାକିରୀ

RRB NTPC Recruitment 2024 know details

ନୂଆଦିଲ୍ଲୀ: ସରକାରୀ ଚାକିରୀ ପ୍ରତି ଇଚ୍ଛୁକ ରହିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଳ ବିଭାଗରେ ବାହାରିଲା ନିଯୁକ୍ତି ସୁଯୋଗ । ଯଦି ଆପଣ ମଧ୍ୟ ରେଳ ବିଭାଗରେ ଚାକିରୀ କରିବା ପାଇଁ ଇଚ୍ଛୁକ ରହିଛନ୍ତି, ତାହେଲେ ଏହି ଖବର ଆପଣଙ୍କୁ ଅଧିକ ସାହାଯ୍ୟ କରିବ । ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ବମ୍ପର ନିଯୁକ୍ତି ବାହାର କରାଯାଇଛି । ଏଥିପାଇଁ ଖୁବଶୀଘ୍ର ବାହାରିବ ନିଯୁକ୍ତି ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ indianrailways.gov.in ଓ୍ବେବସାଇଟକୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ।

ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରି (ଏନଟିପିସି) ପାଇଁ ଗ୍ରାଜୁଏଟ ପଦ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 14 ତାରିଖରୁ ଆରମ୍ଭ ହେବ । ଉଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର 13 ତାରିଖ ଯାଏଁ ଫର୍ମ ଭରିପାରିବେ । ସେହିଭଳି ଅଣ୍ଡର ଗ୍ରାଜୁଏଟ ଲେବଲ ପଦ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଚେମ୍ବର 21 ତାରିଖରୁ ଆରମ୍ଭ ହୋଇ 20 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।  ତେବେ ଆବେଦୟ କରୁବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ସର୍ବନିମ୍ନ ସମୟସୀମା 18 ଏବଂ ସର୍ବାଧିକ 30 ବର୍ଷ ହେବା ଉଚିତ । ତେବେ କୌଣସି ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ଅନୁଷ୍ଠାନରୁ ଦ୍ବାଦଶ ପାସ୍ କରିଥିବା ଆବଶ୍ୟକ । ଗ୍ରାଜୁଏଟ୍ ପଦ ପାଇଁ ଆବେଦନ କରୁଥିଲେ ପାଖରେ ସ୍ନାତ୍ତକତ୍ତୋର ସାର୍ଟିଫିକେଟ ରହିବା ଆବଶ୍ୟକ । ଏହି ଫର୍ମ ଭରିବା ପାଇଁ ଆବେଦନ ଶୁଳ୍ପ 500 ଟଙ୍କା ରହିଛି । ଅନ୍ୟପଟେ ଏକ୍ସ ସର୍ଭିସ ମ୍ୟାନ, ମହିଳା , ଦିବ୍ୟାଙ୍ଗଙ୍କ ପାଇଁ 250 ଟଙ୍କା ରହିଛି ।

Get real time updates directly on you device, subscribe now.