ଭୁବନେଶ୍ୱର: ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ସଂପୁର୍ଣ୍ଣ ଟଙ୍କା ଆସିବ।
ସୂଚନାନୁଯାୟୀ, ସୁଭଦ୍ରା ଯୋଜନାରେ ୬୦ ଲକ୍ଷ କଲେଣି ଆବେଦନ। ତେବେ ଆଜି ଭୁବନେଶ୍ୱରରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହୋଇଛି। ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ପଦଯାତ୍ରା ଚାଲିଛି। ଏହି କାର୍ଯ୍ୟକ୍ରମରେ ୨ ଉପମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦବୋଧନ ରହିଛି। ସୁଭଦ୍ରା ଯୋଜନାରେ ବଢୁଛି ଆବେଦନକାରୀଙ୍କ ସଂଖ୍ୟା। ଏବେ ସୁଦ୍ଧା ୬୦ ଲକ୍ଷ ମହିଳା କରିଲେଣି ଆବେଦନ।