fbpx

‘ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି !’: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଶହ ଶହ କୋଟି ଟଙ୍କାର ଝୋଟ ବ୍ୟାଗ ବଣ୍ଟନ କରିଛନ୍ତି। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଝୋଟ ବ୍ୟାଗ୍ ବଣ୍ଟନ ଖର୍ଚ୍ଚ ନେଇ ହୋସ୍ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା ।

ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ୍ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ । ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍, ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବୋଲି ଗୃହରେ ତଥ୍ୟ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Get real time updates directly on you device, subscribe now.