କଟକ: ରିଲ୍ସ କରିଛି କିମିଆ। ରିଲ୍ସ ପାଇଁ ହେଉଛି ଧନ ହାନି ଆଉ ଜୀବନ ହାନି। ଯୁବପିଢ଼ୀଙ୍କ ରିଲ୍ସ ନିଶା ଏପରି ମାତିଛି ଜୀବନକୁ ମଧ୍ୟ କରୁନାହାଁନ୍ତି ଖାତିର।
ରିଲ୍ସ କରି ତଣ୍ଡ ଗଣିଲେ ୪ଜଣ। ଖୋର୍ଦ୍ଧା RTO ଦ୍ୱାରା ଥାର ଗାଡ଼ି ଜବତ। ୧୫ ହଜାର ଟଙ୍କା ଫାଇନ୍ କାଟିଛି ଆରଟିଓ।
ସମ୍ପୃକ୍ତ ଗାଡ଼ି ଚାଳକଙ୍କ ଆରସି ଏବଂ ଡିଲ ସସ୍ପେଣ୍ଡ। ସେହିପରି ପୁରୀ ପେଣ୍ଠକଣ୍ଟାରେ ବାଇକ୍ ଚାଳକଙ୍କୁ ଜରିମାନା।
ଯୁବକଙ୍କୁ ୭୦୦୦ ଟଙ୍କା ଜରିମାନା ସହ ବାଇକ୍ ଜବତ, ଡିଏଲ ବାତିଲ କରାଯାଇଛି।
ସମ୍ବଲପୁରରେ ବ୍ଲଗରଙ୍କଠାରୁ ୧୧୦୦୦ ଜରିମାନ ସହ ଚାରି ଚକିଆ ଜବତ କରାଯାଇଛି।
ମୋଟ ୨୮ ହଜାର ଟଙ୍କା ଜରିମାନ ଆରଟିଓ ଆଦାୟ କରିବା ସହ ଗାଡ଼ି ଜବତ ଏବଂ ଡିଏଲ ବାତିଲ କରାଯାଇଛି।