ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା, ସିସିଟିଭିରେ ଦୃଶ୍ୟ କଏଦ

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଲା ଲୁଟର ଦୃଶ୍ୟ। ଇସ୍କନ ମନ୍ଦିର ସମ୍ମୁଖରୁ ଯୁବତୀଙ୍କ ମୋବାଇଲ ଝାମ୍ପିନେଲେ ଲୁଟେରା । ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୋଲିସ।

ସୂଚନା ଥାଉକି, ଦୁଇ ଜଣ ଯୁବତୀ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଚାଲିଚାଲି ଯାଉଥିଲେ। ଆଉ ଠିକ୍ ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଏକ ଘଟଣାକୁ ନେଇ ରାଜଧାନୀ ରାଜରାସ୍ତାରେ କେହି ସୁରକ୍ଷିତ ନୁହଁନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତେବେ ସୂଚନା ଅନୁସାରେ, ଘଟଣା ସମ୍ପର୍କରେ ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ନୟାପଲ୍ଲୀ ଥାନା ପୋଲିସ। ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ ଜାରି ରଖିଛି ପୋଲିସ ।