fbpx

ନବୀନ ନିବାସ ଯାଇ ଟିକେଟ ଆଣିଲେ ରୁଦ୍ର: ପ୍ରତିକ୍ରିୟାରେ କ’ଣ କହିଲେ, ଜାଣନ୍ତୁ

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡ଼ିଥିଲା । ପିପିଲିରେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏପରିକି ମହାରଥୀ ପରିବାରରେ ମାଆ ପ୍ରତିଭା ଓ ପୁତ୍ର ରୁଦ୍ରଙ୍କ ନେଇ ପାରିବାରିକ ଦ୍ୱନ୍ଦ୍ୱ ପଦାରେ ପଡ଼ିଥିଲା । ତେବେ ଆଜି ରୁଦ୍ର ନିଜ ଭିଣୋଇ ଅର୍ଦ୍ଧେନ୍ଦୁ ଓ ଭଉଣୀ ପଲ୍ଲୀଙ୍କ ସହିତ ନବୀନ ନିବାସ ଯାଇ ଦଳୀୟ ଟିକେଟ ଆଣିବା ପରେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟିଛି ।

ଟିକେଟ ଆଣିବା ପରେ ରୁଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କୁ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସେ କୃତଜ୍ଞ । ତାଙ୍କର ପରିବାରରେ କେବେ କୌଣସି ଦ୍ୱନ୍ଦ୍ୱ ନଥିଲା । ପରିବାରର ସଦସ୍ୟଙ୍କ ସହ ମିଶି ସେ ନିର୍ବାଚନ ଲଢ଼ିବେ । ତାଙ୍କ ପରିବାରକୁ ନେଇ ଅପପ୍ରଚାର କରାଯାଉଥିଲା । ସେ ତାଙ୍କ ପିତାଙ୍କ ସ୍ୱପ୍ନ ପୂରଣ କରିବା ସହ ପିପିଲି-ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ ପ୍ରୟାସ କରିବେ ବୋଲି ରୁଦ୍ର କହିଥିଲେ ।

Get real time updates directly on you device, subscribe now.