fbpx

ବଦଳିଗଲା ଏଟିଏମରୁ ଟଙ୍କା ଉଠାଣ ନିୟମ, ଜାଣନ୍ତୁ କ’ଣ

ନୁଆଦିଲ୍ଲୀ,୨୧ ।୧୦: ଏଟିଏମରୁ ଟଙ୍କା ଉଠାଣ ନିୟମ ବଳଦିଯାଇଛି । ଏଣିକି ୫୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଦୀର୍ଘ ୮ ବର୍ଷ ହେବ ଏହି ନିୟମ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି । ଏହି ନୂଆ ନିୟମରେ ଏଟିଏମରୁ ମାସକୁ ୫ ଥର ଟଙ୍କା ଉଠାଣ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।

ଯଦି ଆପଣ ପାଞ୍ଚ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଉଛନ୍ତି, ତେବେ ଆପଣଙ୍କୁ ୨୪ ଟଙ୍କା ଚାର୍ଜ ହିସାବରେ ପଇଠ କରିବାକୁ ପଡିବ ।

ତେବେ ବର୍ତ୍ତମାନର ଏଟିଏମ ନିୟମ ମୁତାବକ, ମାସକୁ ୫ ଥର ମାଗଣାରେ ଟଙ୍କା ଉଠାଯାଇ ପାରିବ । ୫ଥର ପରେ ଟଙ୍କା ଉଠାଇଲେ ୨୦ ଟଙ୍କା ଲେଖାଏଁ ଅତିରିକ୍ତ ଚାର୍ଜ ଦେବାକୁ ପଡୁଥିଲା ।

Get real time updates directly on you device, subscribe now.