fbpx

ମୃତ୍ୟୁ ପୂର୍ବରୁ ଇଞ୍ଜେକ୍ସନରେ ‘ରମ୍’: ଅସୁସ୍ଥ ବାପାଙ୍କୁ ମଦ ପିଆଇବାର ଭିଡିଓ ଭାଇରାଲ

Advertisement

ଓଡିଶା ଭାସ୍କର: ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଇଞ୍ଜେକ୍ସନରେ ଦିଆଯାଉଛି ମଦ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ମଦ ପିଇବାର କିଛି ସମୟରେ ବ୍ୟକ୍ତି ଜଣକ ପ୍ରାଣ ହରାଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି ।

ସୋସିଆଲ ମିଡିଆରେ ଘୁରି ବୁଲୁତିବା ଏକ ପୋଷ୍ଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରି ଦେଇଛି । ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ଝିଅ ରମ୍ ପିଆଉଥିବାର ଦେଖିବାକୁ ମିଳିଛି, ସେ ବି ଇଞ୍ଜେକ୍ସନରେ । ତେବେ ରୋଗୀଙ୍କୁ ମଦ ପିଆଉଥିବା ଏହି ଯୁବତୀ ଜଣକ ହେଉଛନ୍ତି ତାଙ୍କ ଝିଅ । ଏଭଳି ଏକ ପୋଷ୍ଟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଭିଡିଓରେ ବାପା ଏବଂ ଝିଅଙ୍କ ଇମୋସନାଲ ସମ୍ପର୍କ ମଧ୍ୟ ଦେଖିବାକୁ ମିଳିଛି ।

ପେନୋଲୋପ ନାମାକ ଜଣେ ଯୁବତୀ ନିଜ ବାପାଙ୍କୁ Bundaberg Rum ପିଆଉଥିବାର ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ ଅସୁସ୍ଥ ବାପାଙ୍କୁ ଇଞ୍ଜେକ୍ସନ ମାଧ୍ୟମରେ ରମ୍ ପିଆଉଥିବା ଦେଖାଯାଇଛି । ଭିଡିଓ ସେୟାର କରିବା ସହ କ୍ୟାପ୍ସନରେ ଲେଖାଯାଇଛି ଯେ, “ଦୁନିଆ ଛାଡିବା ପୂର୍ବରୁ ପିତାଙ୍କ ସହ ଶେଷ ଡ୍ରିଙ୍କ…. ଆଇ ଲଭ ୟୁ’ ।

ଏହାପରେ ସେ ଇସାରାରେ ବାପାଙ୍କୁ ରମ୍ ପସନ୍ଦ ଆସିଥିବା ସେ କହିଛନ୍ତି । ଅନେକ ଲୋକ ଏହି ଭିଡିଓରେ କମେଣ୍ଟ କରି ବାପା ଏବଂ ଝିଅଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଛନ୍ତି । ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିଥିବା ଏହି ଯୁବତୀଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.