fbpx
BSKY
BJD YOUTH SKY
BJD MS SKY

ଫ୍ୟାକ୍ଟ୍ରିରେ ଏପରି ପ୍ରସ୍ତୁତ ହେଉଛି ଗୁପଚୁପ, ଭିଡିଓ ଭାଇରାଲ ହେବା ପରେ ବଢିଲା ଲୋକଙ୍କ ଚିନ୍ତା

ଗୁଜୁରାଟ : ସମସ୍ତେ ଗୁପଚୁପ ଖାଇବାକୁ ବହୁତ ପସନ୍ଦ କରିନ୍ତି ଏହାକୁ ଆମେ ସ୍ନାକ୍ସ ଭାବରେ ମଧ୍ୟ ଖାଇଥାଉ । ଏହା ଏକ ଏପରି ଚଟପଟା ଜିନିଷ ଯାହାକୁ ଗୋଟିଏ ଖାଇବା ପରେ ଆଉ ଗୋଟିଏ ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁ ବେଳେ ଗୁପଚୁପ ଖାଇବାକୁ ନେଇ ମନରେ ପ୍ରଶ୍ନ ଉଠେ ଏହା ଖାଇବା ଠିକ ନା ଭୁଲ ଏହାକୁ ସ୍ୱଚ୍ଛ ଭାବରେ ପ୍ରସ୍ତୁତ କରାଯାଉଛି କି ନାହିଁ । ଏହି ପରି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ କାରଣ ଆମେ ଅନେକ ଭାଇରାଲ ଭିଡିଓରେ ଗୁପଚୁପ ପ୍ରସ୍ତୁତି ଦେଖିବା ପରେ ଆମ ଲୋଭ ମଧ୍ୟ କମି ଯାଏ ଏହାକୁ ଖାଇବା ପାଇଁ । ଏବେ ଆଉ ଏକ ଭିଡିଓ ଗୁଜୁରାଟର ଏକ ଫ୍ୟାକ୍ଟ୍ରିରୁ ଆସିଛି ଯେଉଁଥିରେ ଦେଖିବାକୁ ପାଇବେ ଏହି ଗୁପଚୁପ ମେସିନ ଦ୍ୱାରା ପ୍ରସ୍ତୁତ କରାଯାଉଛି । ତେବେ ଏହି ଭିଡିଓକୁ ଜଣେ ଇନଷ୍ଟା ଗ୍ରାମରେ ସେୟାର କରି ଲେଖିଛନ୍ତି ଏହା ହେଉଛି ସବୁଠାରୁ ସ୍ୱଚ୍ଛ ଗୁପଚୁପ । ଏହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । କାରଣ ଏହା ସବୁଠାରୁ ସ୍ୱଚ୍ଛ ଭାବରେ ପ୍ରସ୍ତୁତ ହେଉଥିବା ଗୁପଚୁପ ।

ଏହି ଭିଡିଓକୁ ଜଣେ ଫୁଡ ବ୍ଲଗର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ପ୍ରଥମରୁ ଦେଖିବାକୁ ମିଳୁଛି ଏକ ବଡ ସ୍ଥାନରେ ମେସିନ ଦ୍ୱାରା ଏକ ବସ୍ତା ଅଟାକୁ ଏକା ସାଙ୍ଗରେ ଚକଟା ଯାଉଛି । ଏହା ପରେ ଏହାକୁ ଗୋଲ ଗୋଲ ଆକର ଦେଇ ତେଲରେ ଛଣା ଯାଉଛି । ଏହା ପରେ ପ୍ୟାକେଟ ହୋଇ ବଜାରକୁ ଯାଉଛି । ଛଣା ହେବା ପରେ ତାହା ଟ୍ରେ ମାଧ୍ୟମରେ ବାହାରକୁ ଆସି ତାପରେ ପ୍ୟାକେଟ ପ୍ରସ୍ତୁତ ହେଉଛି । ତେବେ ଏହାକୁ ସେୟାର କରି ବ୍ଲଗର ଜଣଙ୍କ ଲେଖିଛନ୍ତି ଏହା ସେଉଛି ସବୁଠାରୁ ସ୍ୱଚ୍ଛ ଗୁପଚୁପ । ଗୁଜୁରାଟର ସୁରଟର ଏକ ଫ୍ୟାକ୍ଟ୍ରିରେ ଏହି ପରି ପ୍ରସ୍ତୁତ ହେଉଛି ଗୁପଚୁପ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବହୁ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । କେତେକ ଲୋକ କହିଛନ୍ତି ଆମେ ଆଗରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ ଗୁପଚୁପକୁ ଅସ୍ୱଚ୍ଛ ଭାବେ ପ୍ରସ୍ତୁତ କରାଯାଏ । କିନ୍ତୁ ପ୍ରଥମ ଥର ଏତେ ପରିମାଣରେ ସ୍ୱଚ୍ଛ ଭାବରେ ପ୍ରସ୍ତୁତ ହେଉଥିବା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଲୋକ ।

Get real time updates directly on you device, subscribe now.