ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ ଅନୁପମା ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ କଠିନ ସମୟର ଅନ୍ତ ଘଟିଛି । ସାବତ ଝିଅ ଈଶା ଏବେ ଚୁପ୍ ହୋଇଯାଇଛନ୍ତି । ଆଉ ରୂପାଲିଙ୍କ ନାଁରେ ଯେଉଁ ଆଲିଗେଶନ ଭିଡିଓ ଆଣିଥିଲେ, ତାକୁ ମଧ୍ୟ ଡିଲେଟ୍ କରିଦେଇଛନ୍ତି । ଏହା କେମିତି ହେଲା ସେ କଥା ଜାଣିବାକୁ ଚାହୁଁଛନ୍ତି କି? ଏହା କେବଳ ସମ୍ଭବ ହେଲା ଅଭିନେତ୍ରୀ ରୂପାଲିଙ୍କ ପାଇଁ । ସୋମବାର ଈଶା ନିଜ ଇନଷ୍ଟାଗ୍ରାମ ଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ସାବତ ମା’ ରୂପାଲି ଏବଂ ବାପା ଅଶ୍ୱନୀ ବର୍ମା ଦୁହେଁ ଈଶା ଓ ତାଙ୍କ ମା’ଙ୍କୁ ବହୁ ନିର୍ଯାତନ ଦେଇଉନ୍ତି । ସବୁବେଳେ ସେମାନେ ଈଶାଙ୍କୁ ନଚ ଦେଖାଇବାକୁ ଚେଷ୍ଟା କରୁଥିଲେ । ଈଶାଙ୍କ ପ୍ରତି ରୂପାଲି ଖରାପ ବ୍ୟବହାର କରୁଥିବା ଦେଖି ଅଶ୍ୱିନୀ ଚୁପ୍ ରହୁଥିବା ତାଙ୍କୁ ବେଶୀ ବାଧିଥିଲା ବୋଲି ସେ କହିଛନ୍ତି । ମିଡିଆ ସାମ୍ନାରେ ରୂପାଲି ମିଛ କହି ଦର୍ଶକଙ୍କୁ ବୋକା ବନେଇବାକୁ ଚେଷ୍ଟା କରନ୍ତି । ବିବାହ ପୂର୍ବରୁ ଅଶ୍ୱିନୀଙ୍କ ସହ ରୂପାଲିଙ୍କ ଅନୈତିକ ସମ୍ପର୍କ ଥିବା କଥା ମଧ୍ୟ ଈଶା ଏହି ଭିଡିଓରେ କହିଥିଲେ ।
ଏହାପରେ ରୂପାଲି ଈଶାଙ୍କ ନାଁରେ ୫୦ କୋଟି ଟଙ୍କାର ମାନହାନୀ କେସ୍ କରିଛନ୍ତି । ରୂପାଲିଙ୍କ ବିରୋଧରେ ସାବତ ଝିଅ ଈଶା ଆଣିଥିବା ସମସ୍ତ ଅଭିଯୋଗ ମିଛ ଓ ଭିତ୍ତିହିନ । ଏହାଦ୍ୱାରା ଅଭିନେତ୍ରୀଙ୍କର କେବଳ ସମ୍ମାନ ହାନୀ ହୋଇଛି ତା’ ନୁହେଁ ଏ ପ୍ରକାର ମିଛ ଆଲିଗେଶନର ପ୍ରଭାବ ତାଙ୍କ ମାନସିକ ସ୍ଥିତିକୁ ମଧ୍ୟ ବିଗାଡ଼ି ଦେଇଛି ବୋଲି ରୂପାଲିଙ୍କ ଓକିଲ ସନା ରଇଜ୍ ଖାନ୍ କହିଛନ୍ତି । ସେଥିପାଇଁ ତାଙ୍କ ନିକଟକୁ ୫୦ କୋଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରାଯାଇଛି । ବିଗତ ଦିନରେ ଈଶା ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ । ସେଥିରେ ରୂପାଲି ଓ ସ୍ୱାମୀ ଅଶ୍ୱିନୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଲୋକେଶନକୁ ନେଇ ଈଶାଙ୍କ ଫଟୋଶୁଟ୍ କରିଥିବା କଥା କହିଛନ୍ତି । ବିବାହ ପୂର୍ବରୁ ଅଶ୍ୱିନୀଙ୍କ ସହ ରୂପାଲିଙ୍କର ୧୨ ବର୍ଷର ସମ୍ପର୍କ । ଦୁହେଁ ୨୦୧୩ରେ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ରୂପାଲିଙ୍କ ନୋଟିସ ପରେ ଈଶା ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ କରିଦେଇଛନ୍ତି । ଆଉ ଶେୟାର କରିଥିବା ଭିଡିଓ ସବୁ ଡିଲେଟ୍ କରିଥିବା କୁହାଯାଉଛି । ରୂପାଲିଙ୍କ ପୂର୍ବରୁ ଅଶ୍ୱିନୀ ସପନାଙ୍କୁ ବିବାହ କରିଥିଲେ । ଦୁଇହିଁଙ୍କର ଦୁଇ ଝିଅ ଅଛନ୍ତି । ସେମାନେ ବର୍ତ୍ତମାନ ନିୟୁ ଜର୍ସିରେ ରହୁଛନ୍ତି ।