fbpx

(Video) ଏକଜୁଟ ହେଉଛନ୍ତି ୟୁକ୍ରେନବାସୀ: ରୁଷକୁ ଜବାବ ଦେବାକୁ ତିଆରି କରୁଛନ୍ତି କକଟେଲ ବୋମା

ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ରୁଷ । ଆଉ ରୁଷ ଆକ୍ରମଣରେ କମ୍ପୁଛି ୟୁକ୍ରେନ । ପ୍ରାୟ ୨ ଲକ୍ଷ ଲୋକ ପଳାୟନ ମଧ୍ୟ କରିଥିବା ସୂଚନା ମିଳିଛି । ସେପଟେ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଯେଉଁଠାରେ ରୁଷର ଆକ୍ରମଣକୁ ଜବାବ ଦେବାପାଇଁ ଏକାଠି ହେଉଛନ୍ତି ୟୁକ୍ରେନର ନାଗରିକ, ଆଉ ତିଆରି କରୁଛନ୍ତି କକଟେଲ ବୋମା ।

ରୁଷର ଟ୍ୟାଙ୍କ ହେଉ କିମ୍ବା ମିଲିଟାରୀ ଟ୍ରକ କିମ୍ବା କୌଣସି ମୁହୁର୍ତ୍ତରେ ଯଦି ଶତ୍ରୁ ସେମାନଙ୍କ ଉପରକୁ ଆକ୍ରମଣ କରେ ତେବେ ଜବାବ ଦେବାପାଇଁ ଏହିସବୁ କକଟେଲ ବୋମାକୁ ମହଜୁଦ ରଖୁଛନ୍ତି ୟୁକ୍ରେନ ଲୋକମାନେ । ଆଉ ଏକଜୁଟ ହେଉଛନ୍ତି ୟୁକ୍ରେନର ନାଗରିକମାନେ । ଛୋଟ ପିଲାଠୁ ଆରମ୍ଭ କରି ବଡ଼ମାନେ ଲାଗିପଡ଼ିଛନ୍ତି ଏହି ବୋମା ତିଆରିରେ । ଆଉ ଟ୍ୟାଙ୍କର କେଉଁ ଜାଗାକୁ ଏହି ବୋମା ଫିଙ୍ଗିଲେ ଏହା ଘାତକ ହେବ ସେନେଇ ଟ୍ରେନିଂ ମଧ୍ୟ ଦିଆଯାଉଛି । ଯାହା ରୁଷ ସେନା ପାଇଁ କଡ଼ା ଜବାବ ହେବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.