fbpx

ଋଷର ମୁନ୍ ମିଶନ୍ Luna-25 ହେଲା ଫେଲ୍, ଚନ୍ଦ୍ର ପୃଷ୍ଠକୁ ଧକ୍କା ଦେବା ପରେ…

ନୂଆଦିଲ୍ଲୀ: ଋଷର ସ୍ପେସ୍ ଷ୍ଟେସନ୍ କହିଛି ଯେ “Luna-25” ସହିତ ସେମାନଙ୍କର ସମ୍ପର୍କ ଭାଙ୍ଗି ହୋଇଯାଇଛି । ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତିକରି ଚନ୍ଦ୍ର ପୃଷ୍ଠକୁ ଧକ୍କା ଦେବା ପରେ ସମ୍ପର୍କ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ତେବେ ୫୦ ବର୍ଷ ପରେ ଋଷ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ମିଶନ ଆରମ୍ଭ କରିଥିଲା, ଯାହାକି ୨୧ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥାନ୍ତା । ତେବେ ରସକୋମୋସଙ୍କ ଅନୁଯାୟୀ, ଲୁନା -୨୫ ଷ୍ଟେସନ ଚନ୍ଦ୍ର ସହିତ ମୁହାଁମୁହିଁ ହୋଇଥିଲା, ଯେଉଁଥିପାଇଁ ମିଶନ ବିଫଳ ହୋଇଛି । ସୂଚନା ମୁତାବକ, ଋଷ ୧୧ ଅଗଷ୍ଟରେ Luna-25 ଲଞ୍ଚ କରିଥିଲା ।

ଖବର ଅନୁଯାୟୀ, Luna-25 ଏହାର ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହୋଇ ଚନ୍ଦ୍ର ପୃଷ୍ଠ ସହିତ ଧକ୍କା ହୋଇଥିଲା। ଏହି କାରଣରୁ Luna-25 ନଷ୍ଟ ହୋଇଯାଇଛି ଏବଂ ସମ୍ପର୍କ ନଷ୍ଟ ହୋଇଯାଇଛି । ଏହା ମଧ୍ୟ ନିଶ୍ଚିତ ହୋଇଛି ।

ସୂଚନାଯୋଗ୍ୟ, ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା। ରସକସମସ୍ ମୁଖ୍ୟ ୟୁରି ବୋରିସୋଭ ଜୁନ୍ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଚନ୍ଦ୍ରରେ ଅଭିଯାନ ବିପଦପୂର୍ଣ୍ଣ। ମିସନ ସଫଳତାର ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି ।

ଏହା ପୂର୍ବରୁ ଗତକାଲି (୧୯ ଅଗଷ୍ଟ)ରେ ଲୁନା-୨୫ରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ରସକସମସ୍ ସୂଚନା ଦେଇଥିଲା । ଶେଷ ସମୟ ପର୍ଯ୍ୟନ୍ତ ଏହି ତ୍ରୁଟିକୁ ସଜଡ଼ା ଯାଇପାରିନଥିଲା । ଫଳରେ ମିସନ ବିଫଳ ହୋଇଯାଇଛି ।

Get real time updates directly on you device, subscribe now.