fbpx

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼: ଚାଲିଗଲା ୧୨ ଜୀବନ

କିଭ: କ୍ରିମିୟା ପୁଲ୍ ବିସ୍ଫୋରଣର ପ୍ରତିଶୋଧ ନେବାକୁ ଯାଇ ସୋମବାର ଦିନ ୟୁକ୍ରେନର ରାଜଧାନୀ କିଭ ସମେତ ଅଲଗା ଅଲଗା ସହରରେ ମିସାଇଲ ମାଡ଼ କରିଛି ରୁଷ । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧ ପାଖାପାଖି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । କିଭର ମେୟର ଏହି ମିସାଇଲ ମାଡ଼ ବିଷୟରେ ସୂଚନା ଦେଇଛନ୍ତି ।

ଏହା ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେସ୍କି ମଧ୍ୟ ମିଡିଆ ସାମ୍ନାରେ କହିଛନ୍ତି ଯେ, ଆଜି ସାରା ଦେଶରେ ଆକ୍ରମଣ ହୋଇଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି ।’ ତେବେ କିଭରେ କିଛି ଦିନ ହେବ ଶାନ୍ତିର ବାତାବରଣ ଥିଲା । କୁହାଯାଉଛି କି, ରୁଷ ୟୁକ୍ରେନ ଉପରେ ପ୍ରାୟ ୭୫ଟି ମିସାଇଲ ମାଡ଼ କରିଛି ।

ତେବେ ଶନିବାର ଦିନ ରୁଷ ଓ କ୍ରିମିୟାକୁ ଯୋଡ଼ୁଥିବା ପୁଲ ଉପରେ ଏକ ଟ୍ରକରେ ଥିବା ବିସ୍ଫୋଟକରେ ନିଆଁ ଲାଗିଥିଲା । ଯାହାଫଳରେ ବଡ଼ ବିସ୍ଫୋରଣ ହୋଇଥିଲା ଓ ପୁଲର ଅଧାଭାଗ ସମୁଦ୍ରକୁ ଖସିପଡ଼ିଥିଲା । ରୁଷର ରାଷ୍ଟ୍ରପତି ପୁଟିନ୍ ଏହି ବିସ୍ଫୋରଣ ପଛରେ ୟୁକ୍ରେନ୍ ଥିବା କହିଥିଲେ ଓ ଏଭଳି ‘ଆତଙ୍କବାଦୀ କାମ’କୁ ନିନ୍ଦା କରିଥିଲେ । ଏହା ପରେ ପୁଟିନ୍ ଏହାର ପ୍ରତିଶୋଧ ନେବେ ବୋଲି ଆଶଙ୍କା କରାଯାଉଥିବା ବେଳେ ଆଜି ସେ ଏହାକୁ ପ୍ରମାଣିତ କରିଛନ୍ତି ।

Get real time updates directly on you device, subscribe now.