କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇଛି ରୁଷ । ୟୁକ୍ରେନର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ଆଜି ଆକ୍ରମଣ କରିବା ପରେ ରୁଷ ନିଜ କବଜାକୁ ନେଇଛି । ରୁଷ ଦଖଲ କରିଥିବା ନେଇ ୟୁକ୍ରେନ ସ୍ୱୀକାର କରିଛି । ଆଜି ସକାଳେ ହିଁ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଥିଲା । ବିକିରଣ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି ହେବା ନେଇ ଆଇଏଇଏ ସତର୍କ କରାଇଥିଲା ।
ଅନ୍ୟପଟେ ଯୁଦ୍ଧରେ ରୁଷର ବିପୁଳ କ୍ଷତି ଘଟାଇଥିବା ୟୁକ୍ରେନ ଦାବି କରିଛି । ୩୩ଟି ଯୁଦ୍ଧ ବିମାନ ଖସାଇଥିବା ଦାବି ହୋଇଛି । ଏହା ସହ ୨୧୫ଟି ଟ୍ୟାଙ୍କ ଓ ୩୭ଟି ହେଲିକପ୍ଟର ନଷ୍ଟ କରିଥିବା ନେଇ ୟୁକ୍ରେନ ଦାବି କରିଛି । ରୁଷର ୯ ହଜାର ୧୬୬ ସୈନ୍ୟଙ୍କୁ ମାରିଥିବା ନେଇ ୟୁକ୍ରେନ କହିଛି ।