ଅଦ୍ଭୂତ ଯୋଜନା! ଖୋଲିବ ‘ଯୌନ ମନ୍ତ୍ରଣାଳୟ’, ଅଫିସ ବ୍ରେକ୍ ବେଳେ ଯୌନ ସମ୍ପର୍କକୁ ଅନୁମତି, ପ୍ରଥମ ସନ୍ତାନ ଜନ୍ମ ପରେ ମହିଳାଙ୍କୁ ମିଳିବ ୧ ଲକ୍ଷ
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷୁଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇସାରିଲାଣି । ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ଏହାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବେଶ୍ ଚିନ୍ତାରେ ରହିଛନ୍ତି । ତେବେ ୟୁକ୍ରେନ ବିରୋଧୀ ଯୁଦ୍ଧ କାରଣରୁ ଏବେ ଋଷରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହା ରାଷ୍ଟ୍ରପତି ପୁଟିନଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି । ତେଣୁ ଏଭଳି ସଙ୍କଟରୁ ରକ୍ଷା ପାଇବାକୁ ଜନସଂଖ୍ୟା ବୃଦ୍ଧି ପାଇଁ ପୁଟିନ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି ।
ଦେଶରେ ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ଏକ ଅଦ୍ଭୂତ ମାଷ୍ଟର ପ୍ଲାନ୍ କରିଛନ୍ତି । ଖୁବଶୀଘ୍ର ଋଷିଆ ସରକାର ‘ମିନିଷ୍ଟ୍ରି ଅଫ୍ ସେକ୍ସ’ ବା ‘ଯୌନ ମନ୍ତ୍ରଣାଳୟ’ ଖୋଲିବାକୁ ବିଚାର କରୁଛନ୍ତି । ୨୦୨୨ ମସିହା ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କାରଣରୁ ଦେଶର ଜନସଂଖା ହାର କମିବାରେ ଲାଗିଛି । ପୁଟିନଙ୍କ ଜଣେ ଘନିଷ୍ଠ ଆନାଷ୍ଟେସିଆ ରକୋଭା ଯେ କି ଜଣେ ଡେପୁଟୀ ମେୟର ସେ ଏହି ଏହି ମନ୍ତ୍ରଣାଳୟ ଖୋଲିବାକୁ ଯୋଜନା କରୁଛନ୍ତି । ତେବେ ଦେଶର ଜନ୍ମହାର କିପରି ବୃଦ୍ଧି ହେବ ସେନେଇ କିଛି ପ୍ରସ୍ତାବ ରଖାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ, ପୁଅ ଓ ଝିଅଙ୍କୁ ପ୍ରଥମ ଥର ଡେଟିଂ ପାଇଁ ପାଖାପାଖି ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ସେହିପରି ମ୍ୟାରେଜ ପାଇଁ ଋଷିଆ ସରକାର ପାଖାପାଖି ୨୩ ହଜାର ଟଙ୍କା ପ୍ରଦାନ କରିବେ । ୧୮ରୁ ୨୩ ବର୍ଷୀୟ ମହିଳାମାନେ ପ୍ରଥମ ସନ୍ତାନ ଜନ୍ମ କରିବା ପରେ ତାଙ୍କୁ ୯୭ ହଜାର ବା ପାଖାପାଖି ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ଅଫିସ୍ ଓ ଫ୍ୟାକ୍ଟ୍ରିମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନେ କଫି, ଲଞ୍ଚ ବ୍ରେକ୍ ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ । ଏନେଇ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ନେଇ ଯୋଜନା ରହିଛି । ପବ୍ଲିକ ସେକ୍ଟରରେ କାର୍ଯ୍ୟରତ ମହିଳାମାନଙ୍କୁ ସେମାନଙ୍କର ବିବାହ, ଛୁଆ ଜନ୍ମ ଓ ଯୌନ ଜୀବନକୁ ନେଇ ପ୍ରଶ୍ନ କରାଯିବା ସହ ତଦନ୍ତ କରାଯିବ । ୱେଡିଂ ନାଇଟରେ ହୋଟେଲରେ ରହଣି ପାଇଁ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଯୋଜନା ରହିଛି ।