fbpx

ଋଷ ସୈନ୍ୟଙ୍କୁ ମିଳିବ କଡା ଜବାବ: ହତିଆର ଉଠାଇଲେ କିଭର ସାଧାରଣ ନାଗରିକ

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ଯୁଦ୍ଧ । କିଭ ଅଧିକାର କରିବା ପାଇଁ ଋଷ ସେନାବାହିନୀ ନିକଟତର ହେବାକୁ ଲାଗିଛି । ଏହା ମଧ୍ୟରେ ହତିଆର ଉଠାଇଛନ୍ତି କିଭର ସାଧାରଣ ନାଗରିକ । ଋଷର ସୈନ୍ୟ ଯଦି କିଭ୍ ଅଧିକାର କରନ୍ତି ତେବେ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଜବାବ ମିଳିବ । ୟୁକ୍ରେନର ସାଧାରଣ ଲୋକ ହତିଆର ଉଠାଇବାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସାଧାରଣ ଜନତା ବର୍ତ୍ତମାନ ୟୁକ୍ରେନ ସେନା ସହିତ ଯୋଗ ଦେଇଛନ୍ତି ।

ଓକିଲ, ଡାକ୍ତର ଓ ଏପରିକି ଆଇଟି ପ୍ରଫେସନାଲ ମାନେ ନିଜ ନିଜର ପେଶା ପରିତ୍ୟାଗ କରି ବନ୍ଧୁକ ଧରିଛନ୍ତି । ଋଷୀୟ ସୈନ୍ୟ ଏଠାକୁ ଆସିଲେ ସେମାନଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡିବ । ପ୍ରତ୍ୟେକ ନାଗରିକ ନିଜର ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନ୍ତିମ ସମୟ ପର୍ଯ୍ୟନ୍ତ ଲଢେଇ କରିବାକୁ ପ୍ରସ୍ତୁତ । ଏହି ସେନାକୁ ସିଟିଜେନସ ମିଲିଟିଆ ବୋଲି ନାମିତ କରାଯାଇଛି । ଋଷ ସେନା ପାଇଁ ଏହି ଆକ୍ରମଣ ଏକ ଦୁଃସ୍ୱପ୍ନ ହେବ ବୋଲି ଜଣେ ସାଧାରଣ ନାଗରିକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.