ଋଷ କରିବ ଆଲୋଚନା: ଯୁଦ୍ଧ ରୋକିବା ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଆସିଛି ଏକ ବଡ ଖବର । ଋଷ ତରଫରୁ ୟୁକ୍ରେନକୁ ମିଳିଛି ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବ । ଆଲୋଚନା କରିବା ପାଇଁ ଅଫର ଦେଇଛି ଋଷିଆ । ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ । କିନ୍ତୁ ଆଲୋଚନା ପୂର୍ବରୁ ଏକ ବିରାଟ ସର୍ତ୍ତ ରଖିଛି ଋଷ । ୟୁକ୍ରେନକୁ ସମର୍ପଣ କରିବା ପାଇଁ ଋଷ ରଖିଛି ସର୍ତ୍ତ । ଏପରି କଲେ ଋେ ଅଲୋଚନା କରିବ ଏବଂ ଯୁଦ୍ଧ ବନ୍ଦ କରିବାର ନିଷ୍ପତ୍ତି ନେଇପାରେ ବୋଲି ପ୍ରସ୍ତାବ ଦେଇଛି । ଏହାସହିତ ୟୁକ୍ରେନ ସେନା ମଧ୍ୟ ନିଜକୁ ଆତ୍ମସମର୍ପଣ କରିବାକୁ ଋଷ ଜିଦ ଧରିଛି । ଏ ନେଇ ସୂଚନା ଦେଇଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ।

ସୂଚନା ଅନୁସାରେ ଯୁଦ୍ଧର ଦ୍ୱିତୀୟ ଦିନରେ ହିଁ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରେ ପ୍ରବେଶ କରିଛି ଋଷ । ନିଜର ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ସହିତ ୟୁକ୍ର୍ରେନକୁ ଡରଇ ଚାଲିଛି ଋଷ ସେନା । ଏହାପରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ନିକଟରେ ରହିଥିଲା ମାତ୍ର ୩ଟି ରାସ୍ତା । ଯେତେ ଚେଷ୍ଟା କଲେ ବି ୯୬ ଘଣ୍ଟାରୁ ଋଷକୁ ଅଟକାଇବା ସମ୍ଭବ ନୁହେଁ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି । ତେବେ ଆଗକୁ କଣ ନିଷ୍ପତ୍ତି ନେବେ ତାହା ଦେକିବାକୁ ବାକି ରହିଲା ।