fbpx

ଋଷର କ୍ଷେପଣାସ୍ତ୍ର ଆଉ ଡ୍ରୋନ ମାଡ଼ରେ ୟୁକ୍ରେନରେ ୧୨ ମୃତ:ରିପୋର୍ଟ

ନୂଆଦିଲ୍ଲୀ: ଋଷ ଗୁରୁବାର ଦିନ ୟୁକ୍ରେନ ସହରରେ ଦଶହଜାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଯେଉଁଥିରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହେଇଛି ।ଜର୍ମାନୀ ଏବଂ ଆମେରିକା ୟୁକ୍ରେନକୁ ଦଶହଜାର ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଏହି ଷ୍ଟ୍ରାଇକ ଦେଖିବାକୁ ମିଳିଛି। ଯାହା ପାଶ୍ଚାତ୍ୟ ସାମରିକ ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଋଷର ମିଶାଇଲ ମାଡ଼ ପରେ ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ୟୁକ୍ରେନର ଜରୁରୀକାଳୀନ ସେବା ସୂଚନା ଦେଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଟି କୋଠା ନଷ୍ଟ ହୋଇଯାଇଥିବା କୁହାଯାଇଛି।

ଋଷ ୟୁକ୍ରେନର ଶକ୍ତି ଗ୍ରୀଡକୁ ବାରମ୍ବାର ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଅକ୍ଟୋବର ଠାରୁ,ଋଷ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି କରିବା ଅଭିଯାନରେ ୟୁକ୍ରେନର ଶକ୍ତି ସୁବିଧା ଉପରେ ଅନେକରୁ ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଲଞ୍ଚ କରିଛି। ଏବେ ରୁଷ ମନମୁତାବକ କାର୍ଯ୍ୟ କରୁଛି । ଶକ୍ତି ଗ୍ରୀଡ଼ ବ୍ୟତୀତ ଏହି କ୍ଷେପଣାସ୍ତ୍ର ଷ୍ଟ୍ରାଇକ୍ ପ୍ରାୟତଃ ଆବାସିକ ଅଞ୍ଚଳରେ ମଧ୍ୟ ଅବତରଣ କରିଥିବା ସୂଚନରହିଛି । ନିକଟ ଅତୀତରେ ରୁଷ ୟୁକ୍ରେନର ମଧ୍ୟଭାଗର ଡ୍ନିପ୍ରୋରେ ମଧ୍ୟ ମିଶାଇଲ ମାଡ଼ କରିଥିଲା । ଏଥିରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ୪୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଗୁରୁବାର ଦିନ ସ୍ଥାନୀୟ ସମୟ ପ୍ରାୟ ୧୦ ଟା ସମୟରେ ବଡ଼ ବଡ଼କ୍ଷେପଣାସ୍ତ୍ର ଷ୍ଟ୍ରାଇକ୍ କିଭକୁ ଥରାଇ ଦେଇଥିଲା ଏବଂ ମେଟ୍ରୋ ଆଶ୍ରୟସ୍ଥଳ ଏବଂ ତଳ ମହଲାରେ ରହୁଥିବା ବାସିନ୍ଦାଙ୍କୁ ପଳାୟନ ପାଇଁ କୁହାଯାଇଥିଲା ।

Get real time updates directly on you device, subscribe now.