ବିମାନ ଦୁର୍ଘଟଣା ପାଇଁ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ପୁତିନ । ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଲେ । ଅଜରବୈଜାନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଲେ ।

ୟୁକ୍ରେନ ଡ୍ରୋନ୍‌କୁ କାବୁ କରିବା ଉଦ୍ୟମ ବେଳେ ବିମାନ କ୍ରାସ୍‌ ହୋଇଛି । ଦକ୍ଷିଣ ରୁଷିଆରେ ୟୁକ୍ରେନ ଡ୍ରୋନ ଆଟାକ୍‌କୁ ନିଷ୍ଫଳ ଉଦ୍ୟମ ବେଳେ ଘଟିଛି । ବିମାନଟି କଜାଖସ୍ତାନରେ ଅକାଟୁରେ ଖସିପଡ଼ିବାରୁ ୩୮ ଜୀବନ ଯାଇଥିଲା ।

ବାସ୍ତବରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ରୁଷିଆ ତା’ର ଏୟାର ଡିଫେନ୍ସ ବ୍ୟବହାର କରୁଥିବା ବେଳେ ଅଜରବୈଜାନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ଶନିବାର ପୁତିନ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆଜରବାଇଜାନର ଏହି ବିମାନକୁ ଖସାଇବାପଛରେ ରୁଷିଆର ଭୂମିକା ରହିଛି । ଅଜରବୈଜାନର ଏକ ବିମାନ ବୁଧବାର କାଜାଖ ସହର ଅକ୍ତାଉରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ବିମାନ ଅବତରଣ କରିବା ମାତ୍ରେ ଏଥିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ସେ ଦକ୍ଷିଣ ରୁଷିଆରୁ ଫେରୁଥିଲେ । ୟୁକ୍ରେନ୍ ଦକ୍ଷିଣ ରୁଷିଆରେ ଡ୍ରୋନ୍ ଆକ୍ରମଣ କରୁଥିଲା ଏବଂ ରୁଷୀୟ ବାୟୁସେନା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲା ।