fbpx

“ଆପଣ ବହୁତ Sexy, ମୋ ସାଙ୍ଗ ହେବେ କି?’ ଦିଲ୍ଲୀ ସରୋଜିନୀ ମାର୍କେଟରେ ନିର୍ଯାତିତ ହେଲେ ରୁଷିଆ ୟୁଟ୍ୟୁବର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ୟୁଟ୍ୟୁବରମାନେ ବ୍ଲଗ କରିବା ପାଇଁ ଅନେକ ସ୍ଥାନ ଭ୍ରମଣ କରୁଛନ୍ତି । ଲାଇଭ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ତେବେ ଆଜି ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଭାରତୀୟ ଯୁବକଙ୍କ ଖରାପ ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀ ସରୋଜିନୀ ମାର୍କେଟରେ ଭଲ ଜିନିଷ ଅଳ୍ପ ଟଙ୍କାରେ ମିଳିଥାଏ । ତେବେ ଏଠାକୁ ଆସିଥିବା ଏକ ରୁଷିଆ ୟୁଟ୍ୟବର, ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିର୍ଯାତିତ ହେଇଛନ୍ତି ଏବଂ ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

କୋକୋ ବ୍ଲଗ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସେ ଦିଲ୍ଲୀର ସରୋଜିନୀ ମାର୍କେଟରେ ତାଙ୍କ ୟୁଟ୍ୟୁବ ପାଇଁ କିଛି ରେକର୍ଡ କରୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଭିଡିଓରେ ଆସି ନିଜକୁ କୋକୋଙ୍କର ଜଣେ ବଡ ଫ୍ୟାନ୍ସ ବୋଲି ଦାବି କଲେ, ଏହାପରେ ସେ ତାଙ୍କୁ ତାଙ୍କ ସାଙ୍ଗ ହେବା ଲାଗି ଅନୁରୋଧ କଲେ । ହେଲେ କୋକୋ ସେହି ବ୍ୟକ୍ତିଙ୍କୁ ତାଙ୍କର ଅନେକ ସାଙ୍ଗ ଅଛନ୍ତି ବୋଲି କହି ମନା କରିଥିଲେ । ହେଲେ ସେହି ବ୍ୟକ୍ତି ଜଣକ ତାଙ୍କ ପଛରେ ବୁଲିବୁଲି ସେହି କଥା କହିବାକୁ ଲାଗିଛନ୍ତି ।

ଶେଷରେ ସେହି ଅଜଣା ବ୍ୟକ୍ତି ଜଣକ କୋକୋଙ୍କୁ କହିଛନ୍ତି ଆପଣ ବହୁତ ସେକ୍ସି ଅଟନ୍ତି, ମୋ ସାଙ୍ଗ ହେବେ କି । ଏପରି କଥା କହିବା ମାତ୍ରେ ୟୁଟ୍ୟୁବର ଭିଡିଓ କରିବା ବନ୍ଦ କରିଦେଇଛନ୍ତି । ଏହି ରୁଷିଆ ମହିଳା ଦିଲ୍ଲୀରେ ରୁହନ୍ତି ଏବଂ ସ୍ମୃତି ଗୁଡିକୁ ସଂଗୃହୀତ କରିବା ଲାଗି ସେ ସାରା ଦେଶ ଭ୍ରମଣ କରନ୍ତି । ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେ ଫିଟନେସ ରୁଟିନ ଏବଂ ଭ୍ରମଣର ଭିଡିଓ ଗୁଡିକ ସେୟାର କରନ୍ତି ।

 

Get real time updates directly on you device, subscribe now.