fbpx

SCO ରେ ପାକିସ୍ତାନର ଗଜବ ବେଜିତ! ବୈଦେଶିକ ମନ୍ତ୍ରୀ ଆତଙ୍କବାଦକୁ ନେଇ କହିଲେ ଏହି କଥା, ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସଂଘାଇ ସହଯୋଗ ସଂଗଠନରେ ଭାଗନେବା ପାଇଁ କଜାଖିସ୍ତାନର ରାଜଧାନୀ ଅସ୍ତାନା ପହଞ୍ଚିଛନ୍ତି । ଏହି ଅନ୍ତର୍ଜାତୀୟ ମଞ୍ଚରେ ସେ ପୁଣିଥରେ ପାକିସ୍ତାନକୁ ଝଟକା ଦେଇଛନ୍ତି । ପାକିସ୍ତାନର ନାମ ନ ନେଇ ଜୟଶଙ୍କର କହିଛନ୍ତି ଯେ, ସୀମା ପାର ଆତଙ୍କବାଦ ଏବଂ ତା’ର ଚ୍ୟାଲେଞ୍ଜକୁ ନେଇ ଆମ ନିଜର ଅନୁଭବ ରହିଛି । ଯେଉଁ ଦେଶ ଆତଙ୍କବାଦୀମାନଙ୍କୁ ଶରଣ ଦେଉଛି ତାର ନିନ୍ଦା କରିବା ଆବଶ୍ୟକ ।

ସୂଚନା ମୁତାବକ ଏହି କଥା ଯେତେବେଳେ ଜୟଶଙ୍କର କହୁଥିଲେ ସେହି ସମୟରେ ପାକିସ୍ତାନ ରାଷ୍ଟ୍ରପତି ଶହବାଜ ଶରୀଫ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପାକିସ୍ତାନ ଏସସିଓର ୧୦ଟି ଦେଶ ମଧ୍ୟରେ ସାମିଲ ଅଛି । ପାକିସ୍ତାନ ୨୦୧୭ ମସିହାରେ ଏଥିରେ ସାମିଲ ହୋଇଥିଲା । ଏଏନଆଇ ମୁତାବକ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଚ୍ୟାଲେଞ୍ଜ କଥା କହିବାକୁ ଗଲେ ଆତଙ୍କବାଦୀ ଉପରେ ଚର୍ଚ୍ଚା ନିଶ୍ଚିତ ଭାବେ ଆମଠାରୁ ଅନେକ ଲୋକଙ୍କ ପାଇଁ ସବୁଠାରୁ ତାହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେବ । ସତ କଥା ଏହା ଯେ, ଅନେକ ଦେଶମାନଙ୍କ ଜରିଆରେ ଏହାର ବ୍ୟବହାର ଏକ ଉପକରଣ ଭାବେ କରାଯାଉଛି । ଆମ ସୀମା ପାର ଆତଙ୍କବାଦୀଙ୍କ ସମ୍ବନ୍ଧରେ ନିଜର ଅନୁଭବ ରହିଛି । ଏହା ସ୍ପଷ୍ଟ ହେବା ଦରକାର ଯେ, ଆତଙ୍କବାଦକୁ କୌଣସି ରୂପରେ କ୍ଷମା କରାଯାଇପାରିବ ନାହିଁ ।

ସେ ପୁଣି କହିଛନ୍ତି ଯେ, ‘ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ କଡା ନିନ୍ଦା କରିବା ଆବଶ୍ୟକ । ସୀମା ପାର ଆତଙ୍କବାଦ ପାଇଁ ନିର୍ଣ୍ଣାୟକ ପ୍ରତିକ୍ରିୟାର ଆବଶ୍ୟକ ଏବଂ ଆତଙ୍କି ଫଣ୍ଡିଙ୍ଗ ଏବଂ ନିଯୁକ୍ତିକୁ ଫଳପ୍ରଦ ଭାବେ ମୁକାବିଲା କରିବା ଆବଶ୍ୟକ । ଏସସିଓଙ୍କୁ ନିଜର ପ୍ରତିବଦ୍ଧତାରୁ ଦୂରେଇବା କଥା ନୁହେଁ । ଏହି ସମ୍ବନ୍ଧରେ ଆମେ ଦ୍ୱିଗୁଣା ମାନଦଣ୍ଡ ଗ୍ରହଣ କରିପାରିବୁ ନାହିଁ ।’

Get real time updates directly on you device, subscribe now.