fbpx

NHAI ଜାରି କଲା ନୂଆ ଗାଇଡଲାଇନ: ଏଣିକି ଆଉ ଦେବାକୁ ପଡିବ ନାହିଁ ଭାରି ଟୋଲ ଟ୍ୟାକ୍ସ!

ନୂଆଦିଲ୍ଲୀ:ଯଦି ଆପଣ ମଧ୍ୟ ରାଜପଥରେ ଯାତ୍ରା କରନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଆଜିଠାରୁ, ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ଭାରୀ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଟୋଲ ଟ୍ୟାକ୍ସ ପ୍ରଦାନକାରୀଙ୍କୁ ଅନେକ ପ୍ରକାରର ରିଲିଫ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଟୋଲ ଟ୍ୟାକ୍ସ ହାର ହ୍ରାସ କରିଛି, ଅର୍ଥାତ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ।

NHAI ଟୋଲ ଟ୍ୟାକ୍ସ ହ୍ରାସ କରିଛି, ଏହା ପରେ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର ଲୋକମାନେ ଏକ ବଡ଼ ଆରାମ ପାଇଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ପାନିପଥ -ରୋହତକ ଜାତୀୟ ରାଜପଥକୁ ଯିବା ବାଟରେ ଟିକସ ହ୍ରାସ କରିଛି। NHAI ପକ୍ଷରୁ କୁହାଯାଇଛି ଯେ ଦାହର ଗ୍ରାମରେ ଅବସ୍ଥିତ ପ୍ଲାଜାରେ ଟୋଲ ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଦାହର ଟୋଲ ପ୍ଲାଜାର ମ୍ୟାନେଜର ଅଭିଷେକ କହିଛନ୍ତି ଯେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟୋଲ ଟ୍ୟାକ୍ସ ହ୍ରାସ କରିଛନ୍ତି ଏବଂ ନୂତନ ଦର ୨୬ ଫେବୃଆରୀରୁ ଲାଗୁ ହୋଇଛି। ସୂଚନାମୁତାବକ ଗତ ବର୍ଷ ଏପ୍ରିଲ ୧, ୨୦୨୨ ରେ ଟୋଲ ପ୍ଲାଜାର ହାର ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ହ୍ରାସ ପାଇଛି।

ନୂତନ ହାର ଅନୁଯାୟୀ, ବର୍ତ୍ତମାନଠାରୁ ପାନିପଥ -ରୋହତକ ଜାତୀୟ ରାଜପଥରେ କାର, ଜିପ୍ ଏବଂ ଭ୍ୟାନ୍ ଭଳି ଯାନବାହନ ଗୋଟିଏ ରାସ୍ତାରେ ୬୦ ଟଙ୍କା ଏବଂ ଉଭୟ ପାର୍ଶ୍ୱରେ ୯୦ ଟଙ୍କା ଖର୍ଚ୍ଚ ହେବ। ଯେତେବେଳେ କି, ପୂର୍ବରୁ ଏଥିପାଇଁ ଆପଣଙ୍କୁ ୧୦୦ ଏବଂ ୧୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ।

କେଉଁ ଗାଡିରେ କେତେ ଟିକସ ଆଦାୟ କରାଯିବ?

NHAI ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ମାର୍ଗ ଦେଇ ଯାଉଥିବା ବାଣିଜ୍ୟିକ ଯାନବାହାନକୁ ମଧ୍ୟ ବହୁତ ଆରାମ ଦିଆଯାଇଛି ।ଏହାପୂର୍ବରୁ ଏହି ମାର୍ଗରେ ଚାଲୁଥିବା ବାଣିଜ୍ୟିକ ଯାନ ଏବଂ ମିନିବସ୍ ଗୋଟିଏ ପାର୍ଶ୍ୱ ପାଇଁ ୧୬୦ ଟଙ୍କା ଏବଂ ଉଭୟ ପାଇଁ ୨୩୫ ଟଙ୍କା ଦେବାକୁ ପଡୁଥିଲା। ଏଥି ସହିତ ଏହି ହାର ବର୍ତ୍ତମାନ ୧୦୦ ଟଙ୍କାକୁ ହ୍ରାସ କରାଯାଇଛି ଏବଂ ଉଭୟ ପାର୍ଶ୍ୱରେ ଥିବା ହାର ୧୫୦ ଟଙ୍କାକୁ ହ୍ରାସ କରାଯାଇଛି।

ଏହାସହିତ ବସ୍ ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ଗୋଟିଏ ପାର୍ଶ୍ୱ ପାଇଁ ୩୨୦ ଟଙ୍କା ଏବଂ ଉଭୟ ପାର୍ଶ୍ୱ ପାଇଁ ୪୮୦ ଟଙ୍କା ଦେବାକୁ ପଡୁଥିଲାବେଳେ ବର୍ତ୍ତମାନ ଏହାକୁ ୨୦୫ ଏବଂ ୩୧୦ ଟଙ୍କାକୁ ହ୍ରାସ କରାଯାଇଛି।

Get real time updates directly on you device, subscribe now.