ପୁଣି ବଡ଼ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ସାବରମତୀ ଜନସାଧରଣ ଏକ୍ସପ୍ରେସ୍

ଦୁର୍ଘଟଣା ଗ୍ରସ୍ତ ହେଲା ପାସେଞ୍ଜର ଟ୍ରେନ୍।

କାନପୁର: ପୁଣି ଟ୍ରେନ୍ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ସାବରମତୀ ଜନସାଧରଣ ଏକ୍ସପ୍ରେସ୍। ଦୁର୍ଘଟଣାଟି କାନପୁର ନିକଟରେ ଘଟିଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ସାବରମତୀ ଜନସାଧରଣ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୫୨୬୯) ଲାଇନଚ୍ୟୁତ ହୋଇଛି। ପନକି ଷ୍ଟେସନରୁ ଭାବପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଲାଇନ ନମ୍ବର ୪ରେ ପ୍ରବେଶ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ରେଳ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରେ ଯାତାୟାତ ସୁଗମ କରିବା ପାଇଁ ପ୍ରୟାସ ଜାରି ରହିଛି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗରାଜର କାନପୁର-ଟୁଣ୍ଡଲା ସେକ୍ସନର ଭାଉପୁର ୟାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଟ୍ରେନ୍ ପରିଚାଳକ ଅପରାହ୍ନ ୪:୨୦ ରେ ସୂଚନା ଦେଇଥିଲେ ଯେ ଟ୍ରେନ୍ ନମ୍ବର: ୧୫୨୬୯ (ମୁଜାଫରପୁର-ସାବରମତୀ ଜନସାଧରଣ ଏକ୍ସପ୍ରେସ୍) ର ଦୁଇଟି କୋଚ୍ (ଇଞ୍ଜିନ୍ ରୁ ଷଷ୍ଠ ଏବଂ ସପ୍ତମ) ଲାଇନଚ୍ୟୁତ ହୋଇଛି।