fbpx

ଦୁଃଖଦ ଖବର: ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପ୍ରାଣ ହରାଇଲେ ୨ଜଣ ଯୁବକ

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଣୁ ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଛି। ତେବେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ୨ଜଣ ଯୁବକ ନିଜର ପ୍ରାଣ ହରାଇଥିବା ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ବିଜୟ(୨୫) ଓ ଅଞ୍ଜିତ (୩୫) ବୋଲି ଜଣାପଡ଼ିଛି। ଗୁରୁତର ଆହତ ଯୁବକଙ୍କ ନାମ ଚକରି ଓ ବୟସ ୨୫ବର୍ଷ । ତେବେ ଗଣତନ୍ତ୍ର ଦିବସ ପାଇଁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଏସସି ବାଡାରେ ବି କିଛି ଯୁବକମାନେ ମିଶି ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ବିଜୟ ଓ ଅଞ୍ଜିତ ଅସାବଧାନତାବଶତଃ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ଜୀବନ ଚାଲିଯାଇଥିଲା। ତେବେ ବିଜୟ ଓ ଅଞ୍ଜିତଙ୍କୁ ବଞ୍ଚାଇବାକୁ ଆସିବା ସମୟରେ ଚକରି ଗୁରୁତର ଆହତ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ‌ଙ୍ଗେସଙ୍ଗେ ଚକରିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପ‌ରେ ସେ ବିପଦମୁକ୍ତ ଥିବା ଜଣାପଡିଛି।

 

Get real time updates directly on you device, subscribe now.