Breaking: ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସାଧୁସନ୍ଥ !
ଆୟୁଷ୍ମାନ ଭାରତ ଦ୍ୱାରା ଉପକୃତ ହେବେ ଓଡ଼ିଶାର ୪୦ ହଜାରରୁ ଅଧିକ ସାଧୁସନ୍ଥ।
ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ କାର୍ଡ। ଆଉ ଏବେ ଏହି ଆୟୁଷ୍ମାନ ଯୋଜନାରେ ସାଧୁ ସନ୍ଥମାନଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି। ‘ଆୟୁଷ୍ମାନ ଭାରତ’ ଯୋଜନାରେ ସାଧୁସନ୍ଥଙ୍କୁ ସାମିଲ ପାଇଁ ଅପିଲ୍ ହୋଇଛି।
ପୁରୀରୁ ସାଧୁ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଯାଇଛି। ଦାବି ପତ୍ରରେ ଲେଖା ଯାଇଛି କି , ରାଜ୍ୟରେ ୪୦ ହଜାରରୁ ଅଧିକ ସାଧୁସନ୍ଥ ରହିଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି।
କାରଣ ସରକାର ରାଜ୍ୟରେ ଏହି ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରିସାରିଛନ୍ତି। ଆଉ ଏହି ଯୋଜନାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କୁ ସୁବିଧା ମିଳିବ ବୋଲି କୁହାଯାଉଛି। ମାତ୍ର ଅଳ୍ପ କିଛି ଲୋକ ଏଥିରୁ ବାଦ୍ ପଡିପାରନ୍ତି। ଆଉ ଏହାରି ଭିତରେ ସାଧୁସନ୍ଥ ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ଅପିଲ୍ ହୋଇଛି।