ସହଦେବ ନାୟକ ହତ୍ୟା ମାମଲା: ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ହତ୍ୟାକାଣ୍ଡ ମାମଲା । ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା କମିଶନରେଟ୍ ପୋଲିସ ଏବଂ ବିଏମସି ।

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ନାୟକ ହତ୍ୟାକାଣ୍ଡ ମାମଲାରେ ଆକ୍ସନ୍ । କମିଶନରେଟ୍ ପୋଲିସ ଏବଂ ବିଏମସି ପକ୍ଷରୁ ମିଳିତ ଭାବରେ ନିଆଗଲା ଆକ୍ସନ । ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ଜେସିବି ।

କେଦାରପଲ୍ଲୀ ବସ୍ତିରେ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ବିଏମସି ସ୍କାର୍ଡ । ଫେରାର ଅଭିଯୁକ୍ତ ରାଜା ନାୟକର ଘର ପ୍ରଥମେ ଭାଙ୍ଗିଲା ପ୍ରଶାସନ ।

 

ସୂଚନାଯୋଗ୍ୟ ଯେ, ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହେଉଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି । ତାଙ୍କୁ 2025 ଜାନୁୟାରୀରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା ।

ଏବେ ଏହି ବୀଭତ୍ସ ହତ୍ୟା ଘଟଣାରେ ସମୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ବିଏମସି ଏବଂ କମିଶନରେଟ୍ ପୋଲିସ ।