fbpx

FMCG ପ୍ରଡକ୍ଟର ବିକ୍ରି ସହର ଅପେକ୍ଷା ଗାଁରେ ବଢୁଛି ଅଧିକ, କମ୍ପାନୀଗୁଡିକରେ ଦେଖାଦେଲା ଏହି ପ୍ରଭାବ

Advertisement

ନୂଆଦିଲ୍ଲୀ: ଭାରତରେ ଏଫଏମସିଜି ସାମଗ୍ରୀର ବିକ୍ରିରେ ସହର ଅପେକ୍ଷା ଗ୍ରାମୀଣ କ୍ଷେତ୍ରରେ ବୃଦ୍ଧି ଦେଖିବାକୁ ମିଳିଛି । ଏଫଏମସିଜ ଉତ୍ପାଦଗୁଡିକରେ ପ୍ୟାକେଜ ଯୁକ୍ତ ଫୁଡ, ଘରୋଇ ଏବଂ ବ୍ୟକ୍ତିଗତ ଭାବେ ପ୍ରସ୍ତୁତ ଉତ୍ପାଦ ଆଦି ସାମିଲ ରହିଛି । ରିପୋର୍ଟ ମୁତାବକ, ଗ୍ରାମୀଣ ଭାରତରେ ଉପଭୋକ୍ତା ବସ୍ତୁଗୁଡିକ ଭଳି ସାବୁନ ଏବଂ ଥଣ୍ଡା ଜାତୀୟ ଜିନିଷର ବିକ୍ରି ସହର ତୁଳନାରେ ଗ୍ରାମୀଣ କ୍ଷେତ୍ରରେ ବୃଦ୍ଧି ପାଇଛି । ମାର୍କେଟ ଏକ୍ସପର୍ଟଙ୍କ କହିବାନୁଯାୟୀ, ଏହାର ପ୍ରଭାବ ଏଫଏମସିଜି କମ୍ପାନୀର ଷ୍ଟକରେ ଦେଖିବାକୁ ମିଳିବ । ଏହି କାରଣରୁ ଭଲ କମ୍ପାନୀ ଗୁଡିକର ଷ୍ଟକରେ ଆଗକୁ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

ରିପୋର୍ଟ ମୁତାବକ, ୨୦୨୪ର ତୃତୀୟ ମାସରେ ଏଫଏମସିଜିର ବିକ୍ରି ସହର କ୍ଷେତ୍ର ତୁଳନାରେ ଗ୍ରାମୀଣ କ୍ଷେତ୍ରରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ରିପୋର୍ଟରେ କୁହଯାଇଛି ଯେ, ଗ୍ରାମୀଣ। ଭାରତରେ ରିଭାଇଭାଲର ଆକଳନ କରାଯାଉଛି ଏବଂ ଏବେ ଏଫଏମସିଜି କମ୍ପାନୀ ଗୁଡିକ ପାଇଁ ଗ୍ରାମୀଣ ଭାରତ ଏକ ଚମକୁଥିବା ତାରା ବୋଲି କୁହାଯାଉଛି । ୨୦୨୪ରେ ଏଥିରେ ରିଭାଇଭାଲ ହେବାର ସମ୍ଭାବନା ରହିଛି । ଏଥିରେ ଗ୍ରାମୀଣ କ୍ଷେତ୍ର ବର୍ଷର ତୃତୀୟ ମାସରେ ନିଜ ସ୍ଥିତି ସୁଦୃଢ କରିପାରେ ।

Get real time updates directly on you device, subscribe now.