fbpx

ପତି ନୁହେଁ, ପିତା ହେବାକୁ ଚାହୁଁଥିଲେ ସଲମନ ! ବହୁ ବର୍ଷ ପୂର୍ବରୁ କରିଥିଲେ ପ୍ଲାନିଂ

ମୁମ୍ବାଇ : ଆଜିକାଲି ସଲମାନ ଖାନ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ପାଇଁ ଦର୍ଶକଙ୍କ ଠାରୁ ଭଲପାଇବା ସାଉଁଟୁଛନ୍ତି । ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ‘କିସି କା ଭୋ କିସି କି ଜାନ’ ମିଶାମିଶି ପ୍ରତିକ୍ରିୟା ମିଳିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

୫୭ ବର୍ଷୀୟ ସଲମନ ଯେଉଁଠାକୁ ଯାଆନ୍ତି, ସମସ୍ତେ ତାଙ୍କ ବିବାହ କଥା ପଚାରନ୍ତି । ସେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଏହାକୁ ମଜାଳିଆ ଢଙ୍ଗରେ ଏଡାଇ ଦିଅନ୍ତି । କିନ୍ତୁ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେ ବିବାହ କରିବାକୁ ଚାହାନ୍ତି ନାହିଁ, ହେଲେ ବାପା ହେବାକୁ ଚାହିଁନ୍ତି । ଏହାର ଅର୍ଥ ସେ ପତି ହେବାକୁ ଚାହାନ୍ତି କିନ୍ତୁ ପିତା ହେବାକୁ ଚାହାଁନ୍ତି ।

ଇଣ୍ଡିଆ ଟିଭିର ସୋ ‘ଆପ୍ କି ଅଦାଲତ’ରେ ଅତିଥି ଭାବରେ ଯୋଗ ଦେଇ ସେ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ।

ସଲମାନ ଖାନ ଆହୁରି କହିଥିଲେ ଏହି ଯୋଜନା ଏବେକାର ନୁହେଁ, ବହୁ ପୂର୍ବର । ବୋହୂ ନୁହେଁ ଶିଶୁ ଆଣିବାକୁ ଚାହେଁ ଘରକୁ । କିନ୍ତୁ ଆଇନ ଅନୁଯାୟୀ ଏହା ଭାରତରେ ହୋଇପାରିଲା ନାହିଁ । ମୁଁ ପିଲାମାନଙ୍କୁ ବହୁତ ଭଲ ପାଏ । କିନ୍ତୁ ଯେତେବେଳେ ପିଲାଟି ଘରକୁ ଆସିବ ତାପୂର୍ବରୁ ମା’ ମଧ୍ୟ ଆସିବା ଦରକାର । ମଜାଳିଆ ଢଙ୍ଗରେ କହିଛନ୍ତି, ମା’ ବହୁତ ଅଛନ୍ତି କିନ୍ତୁ ସବୁ ମା’ ମୋ ସ୍ତ୍ରୀ ନୁହେଁ ।

Get real time updates directly on you device, subscribe now.