fbpx

ଶସ୍ତାରେ ମିଳୁଛି ସାମସଙ୍ଗର ଏହି 5G ସ୍ମାର୍ଟଫୋନ: ରହିଛି  5000 mAh ବ୍ୟାଟେରୀ ଏବଂ 32 MP କ୍ୟାମେରା

ଆପଣ କୌଣସି ନୂଆ 5G ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି? ତେବେ Samsung Galaxy M52 5G ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରେ । କାରଣ ବର୍ତ୍ତମାନ ଏହି ସ୍ମାର୍ଟଫୋନ ଆମାଜନରେ ଡିସ୍କାଉଣ୍ଟ ଏବଂ ଏକ୍ସଚେଞ୍ଜ ଅଫର ସହ ମିଳୁଛି । କହିବାକୁ ଗଲେ ବର୍ତ୍ତମାନ ଏହି ସ୍ମାର୍ଟଫୋନରେ ୫୦୦୦ ପର୍ଯ୍ୟନ୍ତ ଛାଡ଼ ମିଳୁଛି, ଅର୍ଥାତ୍ ଆପଣ ଏହି ଫୋନକୁ ୫୦୦୦ ଟଙ୍କା ଶସ୍ତାରେ କିଣିପାରିବେ । ଫୋନରେ ୫ଜି ସହ 32 MP ସେଲ୍ଫୀ ସହ ଅନେକ ଫିଚର୍ସ ରହିଛି । ଆସନ୍ତୁ ଜାଣିବା ଏହା ଉପରେ ମିଳୁଥିବା ଅଫର ଏବଂ ଏହାର ଫିଚର୍ସ ।

ଅଫର:

ଆମାଜନରେ ଏହି ସ୍ମାର୍ଟଫୋନ ଉପରେ ଆକର୍ଷକ ଅଫର ମିଳୁଛି । ସାମସଙ୍ଗ ଗାଲାକ୍ସି ଏମ ୫୨ ୫ଜି ର ୬ଜିବି+୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟ ୨୪,୯୯୯ ଟଙ୍କାରେ ମିଳୁଛି । ଯେତେବେଳେକି ଏହାର ୮ଜିବି + ୧୨୮ ଜିବି ଭ୍ୟାରିଏଣ୍ଟ ୨୬,୯୯୯ ଟଙ୍କାରେ ମିଳୁଛି । ଲଞ୍ଚ ବେଳେ ଏହାର ଦାମ ଯଥାକ୍ରମେ ୨୯,୯୯୯ ଏବଂ ୩୧,୯୯୯ ଟଙ୍କା ରହିଥିଲା । ଆମାଜନରେ ଏହି ସ୍ମାର୍ଟଫୋନ ଡିସ୍କାଉଣ୍ଟ ସହ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି । ଆପଣ ପୁରୁଣା ଫୋନ ଏକ୍ସଚେଞ୍ଜ କରି ଏହାକୁ ଆହୁରି ଶସ୍ତାରେ କିଣିପାରିବେ । ୧୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଟ୍ରା ଡିସ୍କାଉଣ୍ଟ ସିଟି ବ୍ୟାଙ୍କ ଏବଂ ୟେଶ ବ୍ୟାଙ୍କ୍ କାର୍ଡରେ ମିଳୁଛି । ଫୋନକୁ ଆପଣ ନୋ-କଷ୍ଟ ଇଏମଆଇ ରେ ମଧ୍ୟ କିରିପାରିବେ ।

ଫିଚର୍ସ:

ଡୁଆଲ ସିମ ସପୋର୍ଟ ଥିବା ଏହି ସ୍ମାର୍ଟଫୋନ Android 11 ବେସ୍ଡ One UI 3.1 ଦ୍ୱାରା ପରିଚାଳିତ । Samsung Galaxy M52 5G ରେ 6.7 inchର Full HD+ Super Amoled+ ସ୍କ୍ରିନ ଦେଖିବାକୁ ମିଳିବ । ଯାହା ୧୨୦ ହର୍ଜ ରିଫ୍ରେଶ ରେଟ ସହ ରହିଛି । ସ୍ମାର୍ଟଫୋନରେ Qualcomm Snapdragon 778 G ପ୍ରୋସେସର ରହିଛି । କ୍ୟାମେରା କହିଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି, ଯେଉଁଥିରେ 64 MPର ପ୍ରାଇମେରୀ କ୍ୟାମେରା,  12 MPର ଅଲ୍ଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା ଏବଂ 5 MPର ମାକ୍ରୋ କ୍ୟାମେରା ରହିଛି । ଫ୍ରଣ୍ଟ ରେ 32 MP ସେଲ୍ଫୀ କ୍ୟାମେରା ଦିଆଯାଇଛି । ଏଥିରେ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ ରହିଛି,  ମେମୋରୀ କାର୍ଡ ସାହଯ୍ୟରେ ଏହାକୁ 1TB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଡିଭାଇସରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ବ୍ୟାଟେରୀ କହିଲେ ଫୋନରେ 5000 mAhର ବ୍ୟାଟେରୀ ଦିଆଯାଇଛି, ଯାହା 25 W ଚାର୍ଜିଂ ସପୋର୍ଟ ସହ ରହିଛି ।

 

Get real time updates directly on you device, subscribe now.