fbpx

Video; ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଘେରିଗଲେ…

Advertisement

କପ୍ତିପଦା: (ଓଡ଼ିଶା ଭାସ୍କର) ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶୋଳ ଛକରେ । ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ କରିବାକୁ ଆସିଥିବା ମାଇନିଂ ଅଫିସରକୁ ଘେରି ଯାଇ ଏମିତି କଲେ। ବେଆଇନ ସାମ୍ରାଜ୍ୟର ବାତ୍ସା ସାଜିଛନ୍ତି ବାଲି ମାଫିଆ । ନିଜକୁ ନିଜେ ସର୍ମେସର୍ବା ଭାବୁଛନ୍ତି , ସରକାଙ୍କୁ ଓପନ ଚ୍ୟାଲେଂଚ କରି ଦିନ ଦିପପହରେ ନଦୀ ପାଂରୁ ଲୁଟି ନେଉଚନ୍ତି ଟ୍ରିପ ଟ୍ରିପ ବାଲି ।

ଯାହାକୁ ନେଇ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୟ ହରାଉଥିବା ବେଳେ ଏଠି ମାଲେମାଲ ହେଉଛନ୍ତି ବାଲି ମାଫିଆ । ଟଙ୍କା ଗଦି ଉପରେ ଶୋଉଚନ୍ତି । ଆଉ ଯେତେବେଳେ ବାଲି ମାଫିଆଙ୍କୁ ସାବଡ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଖୋଜି ଖୋଜି ବାଲି ମାଫିଆଙ୍କୁ ଚଢାଉ କରାଯାଇ ଫାଇନ କଟାଯାଉଛି । ଏ ଅପମାନକୁ ସହି ପାରୁ ନାହାଁନ୍ତି ବାଲି ମାଫିଆ, ରକ୍ତମୁଖା ହେଉଛନ୍ତି । ଆଉ ନିଜର ଗ୍ୟାଙ୍ଗ ଡାକି ମାଇନିଂ ଅଧବକାରୀଙ୍କ ଉପରେ ଜୁଲମ କରୁଛନ୍ତି । ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗର ଗାଡି ଏବଂ ଅଧିକାରୀଙ୍କୁ ରଖିଲେ ଅଟକ ।

ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶୋଳ ଛକରେ । ଆଜି ସକାଳୁ ମାଇନିଂ ବିଭାଗର ମୟୁରଭଞ୍ଜ ଡେପୁଟି ଡାଇରେକ୍ଟ ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୩ ଗୋଟି ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ । ଫାଇନ କରିବା ପରେ ମାଇନିଂ ଅଧିକାରୀ ଅନ୍ୟ ଅଞ୍ଚଳକୁ ଯାଉଥିବା ବେଳେ ବଡ଼ବିଶୋଳ ଛକ ନିକଟରେ ଗାଡି ସହିତ ଅଧିକାରୀଙ୍କୁ ଅଟକ ରଖିଥିଲେ ଫାଇନ ଦେଇଥିବା ଟ୍ରାକ୍ଟର ମାଲିକ ବା ମାଫିଆମାନେ ।

ଦୀର୍ଘ ୧ ଘଣ୍ଟାରୁ ଅଧିକ ହେବ ଅଧିକାରୀଙ୍କ ଗାଡିକୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କଣ ପାଇଁ କରାଯାଉଛି ତାହାକୁ ନେଇ ଘେରିଛନ୍ତି ମାଫିଆ, ଏହା ସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ଏବେ ବି ଅଧିକାରୀମାନେ ଅଟକ ରହିଛନ୍ତି ।

Get real time updates directly on you device, subscribe now.