fbpx

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାୟୋଗ୍ରାଫି ଲେଖିବେ ସନ୍ଦୀପ ସାହୁ

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଦେଶର ପଂଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆତ୍ମଜୀବନି ଲେଖାଯିବ । ଓଡିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷର କାହାଣୀ ଲେଖିବେ । ପ୍ରକାଶନ ସଂସ୍ଥା ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ (ପିଆର୍ଏଚ୍ଆଇ) ମଙ୍ଗଳବାର ଏହି ଘୋଷଣା କରିଛି । ‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ପ୍ରାମାଣିକ ବାୟୋଗ୍ରାଫି ହେବ । ଏଥିରେ ତାଙ୍କର ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ ।
ଏସମ୍ପର୍କରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସାହୁ କହିଛନ୍ତି, ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ । ପୁସ୍ତକ ଭାରତର ରାଷ୍ଟ୍ରପତି ହୋଇଥିବା ପ୍ରଥମ ଆଦିବାସୀ ମହିଳାଙ୍କ ଉପରେ ଲେଖାଯିବ, ଯାହାଙ୍କ ଜୀବନୀ ବାସ୍ତବରେ ଐତିହାସିକ ରହିଛି ।

Get real time updates directly on you device, subscribe now.