fbpx

କ’ଣ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ ? ଜାଣନ୍ତୁ ଅନୁସୂଚିତ ଆୟୋଗର ରିପୋର୍ଟରେ କ’ଣ ଅଛି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ସନ୍ଦେଶଖାଲି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି । ଅନୁସୂଚିତ ଆୟୋଗ ଏହାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛି । ଏଥିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି ।

ଏସସି କମିଶନ ଦଳ ପଶ୍ଚିମବଙ୍ଗ ଗସ୍ତରୁ ଫେରିବା ପରେ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଅରୁଣ ହାଲଡର ଏହି ସୁପାରିଶ କରିଛନ୍ତି । ଏସସି କମିଶନର ଅଧ୍ୟକ୍ଷ କହିଛନ୍ତି ଯେ ଦଳ ଏହାର ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛନ୍ତି ।

ତେବେ ନର୍ଥ ୨୪ ପରଗାନା ଜିଲ୍ଲାର ବାସିରହାଟ ଉପ-ଡିଭିଜନରେ ଅବସ୍ଥିତ ସନ୍ଦେଶଖାଲିରେ ପଶ୍ଚିମବଙ୍ଗର ଶାସକ ତୃଣମୁଳ କଂଗ୍ରେସର କିଛି ନେତାଙ୍କ ଦ୍ୱାରା ମହିଳାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ତୃଣମୂଳ କଂଗ୍ରେସ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀ ସେମାନଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ସେହି ନେତାଙ୍କ ସମ୍ପତ୍ତିକୁ ମଧ୍ୟ ନଷ୍ଟ କରାଯାଇଥିଲା । ଏହି ମାମଲା ଜୋର୍ ଧରିବା ପରେ ମମତା ବାନାର୍ଜୀଙ୍କ ଦଳ ଅଭିଯୁକ୍ତ ନେତାମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନେଇଥିଲା ।

Get real time updates directly on you device, subscribe now.