fbpx

IND vs AFG ଶେଷ ମ୍ୟାଚରେ ସଞ୍ଜୁ-କୁଳଦୀପଙ୍କ ଏଣ୍ଟ୍ରି: ଦଳରୁ ବାଦ୍ ପଡ଼ିଲେ ଅକ୍ସର ପଟେଲ-ଅର୍ଶଦୀପ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି ରୋହିତ ସେନା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ୨ଟି ମ୍ୟାଚ ବିଜୟୀ ହୋଇ ଟିମ ଇଣ୍ଡିଆ ସିରିଜ ଉପରେ କବଜା କରିସାରିଛି । ତେଣୁ ଶେଷ ମ୍ୟାଚରେ ମଧ୍ୟ ଅଧିନାୟକ ରୋହିତ ଏକ ନୂଆ ଟିମ କମ୍ବିନେସନ ବାଛିଛନ୍ତି । ଆଜିର ମ୍ୟାଚରେ ୩ଟି ବଡ଼ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି । ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏବଂ ବୋଲର କୁଳଦୀପ ଯାଦବଙ୍କୁ ଦଳରେ ଏଣ୍ଟ୍ରି ମିଳିଥିବା ବେଳେ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏବଂ ଅର୍ଶଦୀପ ସିଂହ ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏହି ଶେଷ ମ୍ୟାଚ ପାଇଁ ରୋହିତ ପୁଣିଥରେ ନୂଆ ଦଳ ସହ ମଇଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ମ୍ୟାଚରେ ବିରାଟ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କ ଏଣ୍ଟ୍ରି ହୋଇଥିବା ବେଳେ ତୃତୀୟ ମ୍ୟାଚରେ ୩ ଜଣ ଖେଳାଳି କମବ୍ୟାକ କରିଛନ୍ତି । ଷ୍ଟାର ୱିକେଟ କିପର ସଞ୍ଜୁ ସାମସନଙ୍କ ସହ କୁଳଦୀପ ଯାଦବ ଏବଂ ଆଭେଶ ଖାନ୍ ତୃତୀୟ ମ୍ୟାଚ ପାଇଁ ଦଳରେ ସୁଯୋଗ ପାଇଛନ୍ତି । ଏଥିପାଇଁ ଦଳର ସ୍ପିନ ଅଲରାଉଣ୍ଡର ଅକ୍ସର ପଟେଲ, ଅର୍ଶଦୀପ ସିଂହ ଏବଂ ଜିତେଶ ଶର୍ମାଙ୍କୁ ଦଳରୁ ବାଦ୍ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା ।

ଆଫଗାନିସ୍ତାନ ବିପକ୍ଷ ଏହି ସିରିଜକୁ ପ୍ରଥମରୁ ନିଜ କବଜାରେ ନେଇ ସାରିଛି ରୋହିତ ସେନା । ପ୍ରଥମ ୨ଟି ମ୍ୟାଚରେ ଦମଦାର ବିଜୟୀ ହୋଇ ସିରିଜ ହାତେଇଛି ଭାରତୀୟ ଦଳ । ତୃତୀୟ ମ୍ୟାଚ ଜିତି ରୋହିତ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ହେବାର ଗୌରବ ଅର୍ଜନ କରିବା ଲକ୍ଷ୍ୟରେ ରହିବେ ଭାରତୀୟ ଦଳର ଅଧିନାୟକ ରୋହିତ । ସେପଟେ ଶେଷ ମ୍ୟାଚ ଜିତି ଆଫଗାନିସ୍ତାନ କ୍ଲିନ ସ୍ୱିପରୁ ମୁକ୍ତ ହେବାକୁ ଚେଷ୍ଟା ଜାରି ରଖିବ ।

ଟିମ ଇଣ୍ଡିଆ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ଶିବମ ଦୁବେ, ସଞ୍ଜୁ ସାସମନ୍, ରିଙ୍କୁ ସିଂହ, ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ରବି ବିଷ୍ଣୋଇ, ଆଭେଶ ଖାନ୍, ମୁକେଶ କୁମାର ।

Get real time updates directly on you device, subscribe now.