fbpx

ରାଜ୍ୟରେ କରୋନାକୁ ନେଇ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ‘ସଂକଳ୍ପ ଅଭିଯାନ’, ଜାଣନ୍ତୁ କ’ଣ ରହିଛି ଏହାର ଗାଇଡଲାଇନ୍

ଭୋପାଳ, ୨୨ା୩: ଲଗାତର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ମାସ ୨୩ ତାରିଖରୁ ‘ସଂକଳ୍ପ ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଦୁଇ ମିନିଟ୍ ପାଇଁ ସାଇରନ୍ ବାଜିବ । ଏହି ସମୟରେ ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ସମସ୍ତେ କରୋନା ଗାଇଡ଼ଲାଇନ୍ ପାଳନ କରିବାକୁ ସଂକଳ୍ପ ନେବେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଛନ୍ତି । ଏହାସହ ଜନସାଧାରଣ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବେ । ଆସନନ୍ତା କାଲି ସକାଳ ୧୧ଟା ଓ ସନ୍ଧ୍ୟା ୭ଟା ସମୟରେ ଦୁଇଥର ଦୁଇ ମିନିଟ୍ ପାଇଁ ସାଇରନ୍ ବାଜିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.