ମଳ ପାଣିରେ VIPଙ୍କୁ ଗାଧୋଇଦେଲେ ଯୋଗୀ, ସତର୍କ ପରେ ବି ନେଲେନି ପଦକ୍ଷେପ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅମ୍ବାନୀ ପରିବାର ମଧ୍ୟ ସଙ୍ଗମରେ ପକାଇଛନ୍ତି ବୁଡ଼ । ମେଳା ଆରମ୍ଭରୁ ସତର୍କ କରାଯାଇଥିଲା ।

ପ୍ରୟାଗରାଜ: ମହାକୁମ୍ଭରେ ସଙ୍ଗମ ପାଣିକୁ ନେଇ ଆସିଛି ଚିନ୍ତାଜନକ ରିପୋର୍ଟ ଯାହାକୁ ନେଇ ସାଧୁସନ୍ଥଙ୍କ ମହଲରୁ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋଟି କୋଟି ଲୋକ ବୁଡ଼ ପକାଇଥିବା ଗଙ୍ଗା ଜଳ ଗାଧୋଇବା ଯୋଗ୍ୟ ନୁହେଁ । ପାଣିରେ ମଳ ଜୀବାଣୁ ଥିବାକାରଣରୁ ସଙ୍ଗମ ଜଳ ସମ୍ପୂର୍ଣ୍ଣ ଭାବେ ଦୂଷିତ ହୋଇଯାଇଛି । ସେଣ୍ଟ୍ରାଲ ପଲ୍ୟୁଶନ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏ ରିପୋର୍ଟ ପ୍ରକାଶ ପାଇଛି ।

ସ୍ନାନ ଯୋଗ୍ୟ ନୁହେଁ: ଏହା ଡରାଇଲା ଭଳି ତଥ୍ୟ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ । ଜଳ ଦୂଷିତ କରିବାରେ ଯୋଗୀ ସରକାର ଦାୟି ବୋଲି ସେ ଖୋଲାଖୋଲି ଭାବେ କହିଛନ୍ତି । କୁମ୍ଭମେଳା ଆରମ୍ଭରୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) କହିଥିଲା, ଗଙ୍ଗା, ଯମୁନା ଜଳ ଆଦୌ ଗାଧୋଇବା ଯୋଗ୍ୟ ନୁହେଁ ।

ମୁଖ୍ୟତଃ ସହରରୁ ଆସି ନଦୀ ଦଳରେ ମିଶୁଥିବା ମଳ ଜଳକୁ ରୋକିବା ପାଇଁ ଏନଜିଟି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାଦ୍ୱାରା ସ୍ନାନ ପାଇଁ ଶୁଦ୍ଧ ଜଳ ମିଳିବ ବୋଲି କୁହାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ମାନି ନ ଥିଲେ ।

ଧ୍ୟାନ ଦେଲେନି: ସରକାର ସବୁଆଡେ କହୁଛନ୍ତି, ଆମେ କୁମ୍ଭମେଳା ପାଇଁ ସୁବ୍ୟବସ୍ଥା କରିଛୁ । କିନ୍ତୁ ମୂଳ ବ୍ୟବସ୍ଥା ତ ଠିକ୍ ନାହିଁ । ମୁଖ୍ୟ କଥା ହେଲା ସ୍ନାନ ଉପଯୋଗୀ ଜଳ । ଯାହା କୁମ୍ଭ ସରିଯିବ ପଛେ ମିଳିବ ନାହିଁ । ଏନଜିଟିର ନିର୍ଦ୍ଦେଶ ମାନି ସରକାର କାମ କରିଥିଲେ ଆଜି ଏ ଅବସ୍ଥା ହୋଇ ନ ଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଭିଆଇପି ବି ଗାଧୋଇଛନ୍ତି: କୋଟି କୋଟି ଲୋକଙ୍କ ଭାବନା ଏବଂ ସ୍ୱାସ୍ଥ୍ୟ ସହ ଖେଳିଛନ୍ତି ସରକାର । ରିପୋର୍ଟ ଆସିଲା ପରେ ବି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଅମ୍ବାନୀ ପରିବାର ଭଳି ଭିଆଇପି ଘରର ଲୋକଙ୍କୁ ଏ ସରକାର ମଳଯୁକ୍ତ ପାଣିରେ ଗାଧୋଇ ଦେଇଛି । ଏ ସରକାର ଭିଆଇପି କଲଚର ସରକାର , ଯେଉଁମାନେ ଭିଆଇପିଙ୍କ ପାଇଁ ରାସ୍ତା ଘାଟ ଖାଲି କରିଦିଅନ୍ତି