fbpx

IND vs BAN; ଅଧିନାୟକ ଦାୟିତ୍ୱରେ ସାଣ୍ଟୋ: ଭାରତକୁ ଭେଟିବ ବାଂଲାଦେଶର ଏହି ସେନା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଭାରତ ବିପକ୍ଷ ଏହି ଟେଷ୍ଟ ସିରିଜ ପାଇଁ ବର୍ତ୍ତମାନ ଦଳ ଘୋଷଣା କରିଛି ବାଂଲାଦେଶ ବୋର୍ଡ । ଷ୍ଟାର କ୍ରିକେଟର ନାଜମୁଲ ସାଣ୍ଟୋଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ ଏଥିପାଇଁ ପୂର୍ବରୁ ଦଳ ଘୋଷଣା କରି ସାରିଥିବା ବେଳେ ବାଂଲାଦେଶ ଆଜି ଦଳ ଘୋଷଣା କରିଛି । ପାକିସ୍ତାନକୁ ଚକମା ଦେବା ପରେ ଭାରତକୁ ପରାସ୍ତ କରିବା ଲକ୍ଷ୍ୟରେ ରହିଛି ବାଂଲାଦେଶ ।

ଆସନ୍ତା ୧୯ ତାରିଖରେ ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ । ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୬ ଜଣିଆ ଟିମ ଘୋଷଣା କରିସାରିଛି । ବର୍ତ୍ତର୍ମାନ ବାଂଲାଦେଶ ପକ୍ଷରୁ ମଧ୍ୟ ଏହି ସିରିଜ ପାଇଁ ଦଳ ଘୋଷଣା କରାଯାଇଛି । ଦଳରେ ନଜମୁଲ ହୁସେନ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଅଣ୍ଟାରେ ଆଘାତ ଯୋଗୁଁ ବାଂଲାଦେଶର ପେସ୍ ବୋଲର ଶୋରଫୁଲ ଇସଲାମ ଦଳରୁ ବାଦ୍ ପଡ଼ିଛନ୍ତି । ପାକିସ୍ତାନକୁ ୨-୦ରେ ହରାଇବା ପରେ ଏବେ ଭାରତ ଉପରେ ବିଜୟ ହାସଲ କରିବା ଲକ୍ଷରେ ଭାରତ ଆସୁଛି ବାଂଲାଦେଶ । ତେବେ ଷ୍ଟାର ପ୍ଲେୟର ମହମୁଦୁଲ ହସନ ଭାରତ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରିବେ ।

ଭାରତ ବିପକ୍ଷ ଟେଷ୍ଟ ସିରିଜ ଦଳରୁ ଶେରିଫୁଲ ଇସଲାମ ବାଦ୍ ପଡ଼ିଛନ୍ତି । ଅଣ୍ଟାରେ ସମସ୍ୟା ଯୋଗୁଁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି ଶେରିଫୁଲ । ଭାରତ ବିପକ୍ଷରେ ଜାକିର ଅଲୀଙ୍କୁ ପ୍ରଥମ ଥର ପାଇଁ ବାଂଲାଦେଶ ଦଳରେ ସୁଯୋଗ ମିଳିଛି । ୧୭ଟି ଟି-୨୦ ମ୍ୟାଚ୍ ଖେଳି ସାରିଥିବା ଜାକିର ଏକମାତ୍ର ଅନକ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ ରହିଛନ୍ତି । ଏହାବ୍ୟତୀତ ପାକିସ୍ତାନ ବିପକ୍ଷ ସିରିଜରୁ ଷ୍ଟାର ବୋଲର ଖାଲିଦ ଅହମଦ ମଧ୍ୟ ବାଦ୍ ପଡ଼ିଥିଲେ । ବର୍ତ୍ତମାନ ସେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରିଛନ୍ତି ।

ଭାରତ ବିପକ୍ଷରେ ବାଂଲାଦେଶ ଦଳ: ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ଶାଦମନ ଇସଲାଇମ, ଜାକିର ହସନ, ମୋମିନୁଲ ହକ, ମୁସଫିକର ରହିମ, ଶାକିବ ଅଲ ହସନ୍, ଲିଟନ ଦାସ, ମେହଦୀ ହସନ ମିରାଜ, ଜାକିର ଅଲୀ, ତସ୍କିନ ଅହମଦ, ହସନ ମହମୁଦ, ନାହିଦ ରାଣା, ତାଇଜୁଲ ଇସଲାମ, ମହମୁଦଲ ହସନ୍ ଜୟ, ନଇମ୍ ହସନ୍, ଖାଲିଦ ଅହମଦ

Get real time updates directly on you device, subscribe now.