ଜନ୍ମଦିନ ପୂର୍ବରୁ ମିଳିଲା ବଡ଼ ଖୁସି…ପିତା ହେଲେ ସରଫରାଜ ଖାନ୍‌, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ୍ । ସେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅକ୍ଟୋବର ୨୧ରେ ତାଙ୍କ ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ବିଶେଷ କଥା ହେଉଛି ଆଜି ଅର୍ଥାତ ଅକ୍ଟୋବର ୨୨ରେ ତାଙ୍କ ଜନ୍ମଦିନ । କହିବାକୁ ଗଲେ ବର୍ତ୍ତମାନ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି । ଏନେଇ ସେ ତାଙ୍କ କୁନି ପୁଅ ଏବଂ ପିତାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛନ୍ତି । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସରଫରାଜ ଶାନଦାର ପ୍ରଦର୍ଶନ କରି ୧୫୦ ରନ୍ ସଂଗ୍ରହ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଶରଫରାଜ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୫୨ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଛନ୍ତି । କହିରଖୁଛୁ ୨୦୨୩ ଅଗଷ୍ଟ ୬ରେ ସେ ରୋମାନା ଜହୁରଙ୍କୁ ବିବାହ କରିଥିଲେ ।

Get real time updates directly on you device, subscribe now.