fbpx

୧୭୦୦ ନିଯୁକ୍ତି ଦେଉଛି ରେଲୱେ: ଦଶମ ପାସ୍ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଇଛି ନିଯୁକ୍ତିର ଅପୂର୍ବ ସୁଯୋଗ । ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଆପ୍ରେଣ୍ଟିସର ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ସୁଯୋଗ ବାହାରିଥିବା ବେଳେ ପ୍ରାୟ ୧୭୦୦ରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ୧୫ ନଭେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୪ ଆବେଦନର ଅନ୍ତିମ ତାରିଖ ରହିଛି । ସମୁଦାୟ ୧୭୮୫ ପଦ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ଆବେଦନ ପାଇଁ ଏହି https://www.rrcser.co.in/ ଲିଙ୍କରେ କ୍ଲିକ୍ କରନ୍ତୁ । ଖଡଗପୁରରେ ସର୍ବାଧିକ ୯୭୨ ପଦ ଖାଲି ରହିଥିବା ବେଳେ , ଚକ୍ରଧରପୁରରେ ୪୧୩, ଆଦ୍ରାରେ ୨୧୩, ରାଞ୍ଚିରେ ୮୦ ଏବଂ ସିନିରେ ୧୦୭ଟି ପଦବୀ ଖାଲି ରହିଛି ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଦଶମ ପାସ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି । ଏହା ସହିତ ଆଇଟିଆଇ ଡିଗ୍ରୀ ରହିବା ଅନିବାର୍ଯ୍ୟ ବୋଲି କୁହାଯାଇଛି । ସର୍ବନିମ୍ନ ବୟସ ୧୫ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୨୪ ରହିଛି । ୧ ଜାନୁୟାରୀ ୨୦୨୨ ସୁଦ୍ଧା ବୟସସୀମା ନିର୍ଦ୍ଧାରଣ କରାଯିବ । ଓବିସି ବର୍ଗ ପାଇଁ ସର୍ବାଧିକ ବୟସ ସୀମାରେ ୩ ବର୍ଷ ଏବଂ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫ ବର୍ଷର ରିହାତି ପ୍ରଦାନ କରାଯାଉଛି । ମେରିଟ ଲିଷ୍ଟ ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଏହାର ସମ୍ପୂର୍ଣ୍ଣ ସୂଚନା https://www.rrcser.co.in/ୱେବସାଇଟରେ ଉପଲବ୍ଧ ହେବ ।

Get real time updates directly on you device, subscribe now.