fbpx

PDS ବଣ୍ଟନ ସମୟରେ ସରପଞ୍ଚଙ୍କ ଦାଦାଗିରି: ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ ମାରିବାର ଭିଡିଓ ହେଉଛି ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚିତ ହେବାକୁ ଦିନ କେଇଟା ବିତିନି ମାତ୍ର ଦାଦାଗିରି ଦେଖାଇବାର କୌଣସି ସୁଯୋଗ ଛାଡୁନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଅଞ୍ଚଳର ବିଦେଇପୁର ଗ୍ରାମରେ । ସରପଞ୍ଚ ଜଣଙ୍କ ଡିଲରଙ୍କ ପାଖରେ ପିଡିଏସ୍ ବଣ୍ଟନ କରୁଥିବା ଯୁବକଙ୍କୁ ମାଡ ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଚାଉଳ ବଣ୍ଟନ ବେଳେ ସରପଞ୍ଚଙ୍କ ଦାଦାଗିରି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ବିଦେଇପୁର ହାଟ ପଟି ଠାରେ । ତେବେ ଗତକାଲି ବିନୋବାଭାବେ ନଗର ପଂଚାୟତର ହିତାଧିକାରୀଙ୍କୁ ବିଦେଇପୁର ହାଟ ପଟି ଠାରେ ଡିଲର ଚାଉଳ ବଣ୍ଟନ କରୁଥିବାବେଳେ ବିନୋବା ଭାବେ ନଗର ପଂଚାୟତର ନବ ନିର୍ବାଚିତ ସରପଞ୍ଚ ଏହାକୁ ବିରୋଧ କରିଥିଲେ ।

ବିନୋବା ଭାବେ ନଗର ପଂଚାୟତର ଚାଉଳ କାହିଁକି ବିଦେଇପୁର ପଂଚାୟତରେ ଦିଆଯାଉଛି ତାହାକୁ ବିରୋଧ କରିବା ସହ ଡିଲରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଡିଲରଙ୍କ ଭାଇଙ୍କୁ ମାଡ଼ ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଘଟଣା ପରେ ଡିଲର ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହିତ ଡିଲର ସଂଘ ଆଜି ବ୍ଳକ ର ବିଡ଼ିଓଙ୍କ ସହିତ ଯୋଗାଣ ଅଧିକାରୀଙ୍କୁ ଭେଟିଛନ୍ତି ।

Get real time updates directly on you device, subscribe now.