fbpx

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ: ନିର୍ବାଚନ ସ୍ଥଗିତ

ବରଗଡ଼(ଓଡ଼ିଶା ଭାସ୍କର): ଭଟ୍ଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ନିର୍ବାଚନ ସ୍ଥଗିତ ହୋଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହୋଇଛି । ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି ବରଗଡ଼ ଉପ-ଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ । ଆସନ୍ତାକାଲି ସଂପୃକ୍ତ ପଞ୍ଚାୟତରେ ଭୋଟ ହେବାର ଅଛି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କାଲି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପୋଲିଂ ପାର୍ଟି ବୁଥରେ ପହଞ୍ଚିଯିବେ । କାଲି ୭୧ ବ୍ଲକର ୧୬୬୯ ପଞ୍ଚାୟତର ୨ ଶହ ଜିଲ୍ଲା ପରିଷଦରେ ଭୋଟ ଗ୍ରହଣ କରାଯିବ । ୨ ଶହ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।’

Get real time updates directly on you device, subscribe now.